କୋଭିଡ୍ କେଳେଙ୍କାରୀରେ ନୂଆ ଫର୍ଦ୍ଦ: ନେବୁଲାଇଜର କିଣାରେ ବି ଦୁର୍ନୀତି !

ଭୁବନେଶ୍ୱର: କୋଭିଡ୍ କେଳେଙ୍କାରୀରେ ନୂଆ ଫର୍ଦ୍ଦ। ମାସ୍କ୍ ଓ ପିପିଇ କିଣା ଭଳି ନେବୁଲାଇଜର କିଣାରେ ବି ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି କଂଗ୍ରେସ। ପିସିସି ମୁଖପାତ୍ର ସୁଦର୍ଶନ ଦାସ ଆଜି ସାମ୍ବାଦିକ ସମ୍ମିଳନୀରେ ଏ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ନେବୁଲାଇଜର ଯୋଗାଣ ପାଇଁ ମାର୍ଚ୍ଚ ୨୧ରେ ଯେଉଁ କମ୍ପାନୀ ୩୧ଶହ ଟଙ୍କାରେ କୋଟେସନ୍ ଦେଇଥିଲା, ୨ ଦିନ ପରେ ଅର୍ଥାତ ମାର୍ଚ୍ଚ ୨୩ରେ ସେହି କମ୍ପାନୀ ୫ ହଜାର ୯ଶହ ଟଙ୍କାରେ ନେବୁଲାଇଜର ଦେବାକୁ କୋଟେସନ ଦେଲା।

ସରକାର ମାର୍ଚ୍ଚ ୨୫ରେ ଉକ୍ତ କଂପାନୀରୁ ୫ଶହ ନେବୁଲାଇଜର ଗୋଟା ପ୍ରତି ୫ ହଜାର ୯ଶହ ଟଙ୍କାରେ କିଣିଛନ୍ତି। ଏହାଛଡ଼ା ସେହି ଏକା ନେବୁଲାଇଜର ଅନ୍ୟ ଏକ କଂପାନୀରୁ ସେହି ଦିନ ଅର୍ଥାତ ମାର୍ଚ୍ଚ ୨୫ରେ ୧୬୫୨ ଟଙ୍କାରେ କେମିତି କିଣିଲେ ବୋଲି ଦଳ ପ୍ରଶ୍ନ କରିଛି।

ଅନ୍ୟପଟେ କରୋନା ଟେଷ୍ଟିଂ କମିବାକୁ ନେଇ ମଧ୍ୟ ଉଭୟ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦୈନିକ ୧୫ ହାଜର ଟେଷ୍ଟିଂ ପାଇଁ ମୁଖ୍ୟମନ୍ତ୍ରୀ କହିଥିବା ବେଳେ କାହିଁକି ଆଜି ଯାଏ ହୋଇପାରିଲାନାହିଁ ବୋଲି ବିରୋଧୀ ଜବାବ ମାଗିଛନ୍ତି। ନେବୁଲାଇଜର କିଣା ଅନିୟମିତତା ନେଇ ବିଜେଡି ଜବାବ ମିଳି ନାହିଁ।

ଆହୁରି ପଢ଼ନ୍ତୁ

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

You might also like