ଘର ସଜାଡିବାକୁ କଂଗ୍ରେସର କସରତ

ଭୁବନେଶ୍ୱର: କଂଗ୍ରେସରେ ଏବେବି ସବୁ ଠିକ୍ ନାହିଁ। ଖାସ୍ ସେଥିଲାଗି ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ଚାଲିଛି କସରତ। କନ୍ଦଳ ଦୂର କରି ୧୯ରେ କେମିତି ଏକାଠି ହୋଇ ଲଢିବେ ସେଥିପାଇଁ କେନ୍ଦ୍ରୀୟ ଟିମ୍‌ ସହ ବିଚାରବିମର୍ଶ କରିଛନ୍ତି ରାଜ୍ୟର ତୁଙ୍ଗ ନେତା।

ଗୋଷ୍ଠୀ ବିବାଦ ଯୋଗୁଁ ପିସିସି ଓ ଡିସିସି କମିଟି ଗଠନ ହୋଇ ପାରିନଥିବାରୁ ଚିନ୍ତାରେ ପଡ଼ିଛି ଦଳ। ତେବେ ସଂଗଠନକୁ ସୁଦୃଢ଼ କରିବା ଲାଗି ଦଳ ପ୍ରସ୍ତୁତ କରିଛି ବ୍ଲୁ-ପ୍ରିଣ୍ଟ। ୩୦ ଜିଲ୍ଲାର ୩୦ ନେତା କିମ୍ବା ୨୧ଟି ସଂସଦୀୟ କ୍ଷେତ୍ରରେ ୨୧ଜଣ ନେତାଙ୍କୁ ଦାୟିତ୍ୱ ଦେବା ଲାଗି ସମନ୍ୱୟ କମିଟି ବୈଠକରେ ନିଷ୍ପତ୍ତି ହୋଇଛିା।

vlcsnap-error286ଏପଟେ ହାଇକମାଣ୍ଡଙ୍କ ଛାଟ ପ୍ରଭାବରେ ଦୀର୍ଘ ଦିନ ଧରି ଆକ୍ଷେପ-ପ୍ରତି ଆକ୍ଷେପ ପରେ କୋଳାକୋଳି ହୋଇଛନ୍ତି କୃଷ୍ଣ ଓ ତାରା। ପିସିସି ମୁଖିଆ ଓ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ଆଲୋଚନା ପରେ କୋରାପୁଟର ଦୁଇ ହେଭିୱେଟ୍‌ଙ୍କ ମଧ୍ୟରେ ଥିବା ବିବାଦ ତୁଟିଥିବା କୁହାଯାଉଛି। ତେବେ ଆଗକୁ ଏମାନଙ୍କ ଆଚରଣ ଓ ଉଚ୍ଚାରଣ କିଭଳି ରହୁଛି, ତାଉପରେ ନଜର।

ଏପଟେ ଆଗାମୀ ଅଗଷ୍ଟ ୯ ତାରିଖରେ କଂଗ୍ରେସ କ୍ରାନ୍ତି ଦିବସ ପାଳିବ ବୋଲି ନିଷ୍ପତ୍ତି ହୋଇଛି। ଏହି ଅବସରରେ ସମସ୍ତ କଂଗ୍ରେସ କର୍ମୀ ନିଜ ନିଜ ଘରେ କଂଗ୍ରେସ ପତାକା ଉତ୍ତୋଳନ କରିବେ। ତେବେ ଏସବୁ କସରତ ଦଳକୁ ଏକଜୁଟ କରିବାରେ କେତେ ସଫଳ ହେଉଛି ତାହା ଦେଖିବା କଥା।

ଆହୁରି ପଢ଼ନ୍ତୁ

You might also like