ଅକ୍ଟୋବର ୧୨ରୁ ଓଡ଼ିଶାରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ବିଭିନ୍ନ ବିଶ୍ୱ ବିଦ୍ୟାଳୟର ପିଜି ଶ୍ରେଣୀରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ। ଆସନ୍ତା ୧୨ ତାରିଖରୁ ଏହି ପରୀକ୍ଷା ଆରମ୍ଭ ହେବ। ୨୨ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ।

ରାଜ୍ୟର ୨୬ଟି ସେଣ୍ଟରରେ ପରୀକ୍ଷା ହେବ। ଚଳିତବର୍ଷ ୮୩ଟି ବିଷୟରେ ନାମଲେଖା ହେବ। ୭୦% ମାର୍କ ଏଣ୍ଟ୍ରାନ୍ସ ଓ ୩୦% ମାର୍କ କ୍ୟାରିୟରକୁ ନେଇ ଚୟନ କରାଯିବ।

ନଭେମ୍ବର ୭ରେ ବାହାରିବ ମେରିଟ୍ ଲିଷ୍ଟ। ବର୍ତ୍ତମାନ ସୁଦ୍ଧା ୬୨ ହଜାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଏକକ ପିଜି ପ୍ରବେଶିକା ପରୀକ୍ଷା ନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବୈଠକ ହୋଇଥିଲା।

You might also like