• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ନୂଆଦିଲ୍ଲୀ: ଦେଶ ପାଇଁ ଗୌରବ ଆଣିବା ସହିତ ଇତିହାସ ରଚିଲେ ଓଡ଼ିଆ ପୁଅ ଅଶ୍ୱଥ ନାରାୟଣ। ପ୍ରଥମ ଭାରତୀୟ ଭାବରେ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ନାରାୟଣ।

ଚଳିତ ବର୍ଷ ଅଗଷ୍ଟ ୨୭ ତାରିଖରେ ଋଷିଆର କଜନ ସହରରେ ଏହି ପ୍ରତିଯୋଗିତା ହୋଇଥିଲା। ଅଗଷ୍ଟ ୨୩ ଓ ୨୭ରେ ହୋଇଥିବା ୱାଟର୍ ଟେକ୍ନୋଲୋଜି ପ୍ରତିଯୋଗିତାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ଓଡ଼ିଆ ପୁଅ ଅଶ୍ୱଥ ନାରାୟଣ।

ଏହି ପ୍ରତିଯୋଗିତାରେ ଭାରତ ମୋଟ ୧୯ଟି ପଦକ ଜିତିଛି। ସେଥିମଧ୍ୟରେ ୱାଟର୍ ଟେକ୍ନୋଲୋଜିରେ ନାରାୟଣ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୱେବ୍ ଟେକ୍ନୋଲୋଜିରେ ଗୋଟିଏ ରୌପ୍ୟ, ଜ୍ୱୁଏଲରୀ ଓ ଗ୍ରାଫିକ୍ସ ଡିଜାଇନ୍‌ରେ ଦୁଇଟି ବ୍ରୋଞ୍ଜ ପଦକ ରହିଛି ଭାରତ।

ଆୟୋଜିତ ହୋଇଥିବା ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ୬୩ ଦେଶର ୧୩୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ।

ଏହି ବିଜୟ ସହିତ ଭାରତ ୧୩ ନମ୍ବର ସ୍ଥାନକୁ ଉନ୍ନିତ ହୋଇଛି। ପୂର୍ବରୁ ୨୦୧୭ରେ ଅବୁଧାବିରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତ ୧୧ ପଦକ ଜିତି ୧୯ ନମ୍ବର ସ୍ଥାନରେ ରହିଥିଲା।

 

 

Odisha-college-student-creates-history-wins-first-ever-gold-at-worldskills-contest-in-russia
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories