ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ପାଇଁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ପାଇଁ ବ୍ୟବସ୍ଥା କରିବାକୁ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଭୁବନେଶ୍ୱରରୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ବିମାନସେବା ରହିଥିଲେ ମଧ୍ୟ ସବୁ ବିମାନ ଦିଲ୍ଲୀ ଦେଇ ଯାଉଛି। ଏହାଦ୍ୱାରା ଯାତ୍ରୀମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ଅଧିକ ସମୟ ମଧ୍ୟ ଲାଗୁଛି।

ଓଡ଼ିଶାକୁ ବିଦେଶରୁ ଯାତ୍ରୀଙ୍କ ଆଗମନ ବୃଦ୍ଧି ପାଇଛି। ଏହାସହ ଅନେକ ଯାତ୍ରୀ ବିଦେଶକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନେକ ଆନ୍ତର୍ଜାତିକ ଏୟାରଲାଇନ୍‌ସ ଭୁବନେଶ୍ୱରରୁ ଯାତ୍ରୀସେବା ଆରମ୍ଭ କରିବାକୁ ଚାହୁଁଛନ୍ତି। ତେଣୁ ଏୟାର ଇଣ୍ଡିଆ କିମ୍ବା ଅନ୍ୟ ଆନ୍ତର୍ଜାତିକ ସଂସ୍ଥାଦ୍ୱାରା ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ବେସାମରିକ ବିମାନଚଳାଚଳ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
You might also like