ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ସ୍ଥାପନ ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂପୃକ୍ତ ଅଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଲାଗି ଲୋକଙ୍କ ଦାବି ଓ ଆନ୍ଦୋଳନ ଚାଲୁ ରହିଛି। ସରକାରୀ ଅଫିସ ଓ କୋର୍ଟ କଚେରୀ ବନ୍ଦ ରହିଛି। ସେ ଦୃଷ୍ଟିରୁ କେନ୍ଦ୍ର ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଚିଠିରେ ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଉଭୟ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠାର ଯଥାର୍ଥତା ଥିବା ଦର୍ଶାଇ ପୂର୍ବରୁ ସେ ୩ ଥର ଚିଠି ଲେଖିଛନ୍ତି। ତେଣୁ କେନ୍ଦ୍ର ସରକାର ଏ ସଂପର୍କରେ ତ୍ୱରିତ ପଦକ୍ଷେପ ନେବାକୁ ନିବେଦନ କରାଯାଇଛି। ଅନ୍ୟପଟେ ବେଞ୍ଚ୍ ପ୍ରତିଷ୍ଠା ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବା ବୋଲି ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ

ବିଜୁ ଯୁବ ବାହିନୀ ସଦସ୍ୟ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ

ଭାଙ୍ଗିଲା ରକ୍ଷଣଶୀଳତାର ମଜବୁତ୍ ବାଡ଼; ଝିଅ କାନ୍ଧରେ ମଶାଣି ଗଲେ ବାପା

ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିରୋଧରେ ନକଲି ଭିଡିଓ ଭାଇରାଲ୍

କ୍ରୀଡ଼ାର ପ୍ରାଣ କେନ୍ଦ୍ର କୁହାଯାଉଥିବା ଓଡ଼ିଶାରେ ନାହିଁ କ୍ରୀଡ଼ା ନୀତି

ପ୍ରଶାନ୍ତଙ୍କ ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା

ଧୋକା ଦେଲା ମୌସୁମୀ: ଶ୍ରାବଣ ମାସରେ ବିଲ ଫାଟି ଆଁ

ସାପ ସହ ଷ୍ଟଣ୍ଟ କରିବା ମହଙ୍ଗା ପଡ଼ିଲା

ବିଜେପି ସଦସ୍ୟତା ଅଭିଯାନ: ୧୦ ଲକ୍ଷ ଯୁବକଙ୍କୁ ଦଳରେ ସାମିଲ୍‌ କରିବାକୁ ଲକ୍ଷ୍ୟ

ପାଣି ପାଇଁ ତାତିଲେ ଲୋକେ

ପାଟକୁରା ନିର୍ବାଚନ: ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଦାବି କଲା ବିଜେଡି

ଦୁର୍ବୃତ୍ତ ଝାମ୍ପିନେଲେ ସାଢ଼େ ୬ ଲକ୍ଷ ଟଙ୍କା

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିୟନସିପ୍ ; ଫାଇନାଲରେ ଭାରତୀୟ ପୁରୁଷ ଓ ମହିଳା ଟିମ୍

You might also like