ଜଳସେଚିତ ଜମିର ପରିମାଣକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ

ଭୁବନେଶ୍ୱର: ରାଜ୍ୟରେ ଜଳସେଚିତ ଜମିର ପରିମାଣକୁ ନେଇ ତେଜିଲା କେନ୍ଦ୍ର ଓ ରାଜ୍ୟ ରାଜନୀତି। ଏ ପ୍ରସଙ୍ଗ ନେଇ ଆଜି ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି।

ଓଡ଼ିଶାରେ ମାତ୍ର ୨୨ ହଜାର ହେକ୍ଟର ଜମି ଜଳସେଚିତ ହେଉଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ତଥ୍ୟକୁ ପ୍ରତିବାଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ସେ ଗତକାଲି ପ୍ରଧାମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ପ୍ରକାଶିତ ମିଡିଆ ରିପୋର୍ଟକୁ ନେଇ ମୁଖ୍ୟମନ୍ତ୍ରୀ ଚିଠିରେ କାଉଣ୍ଟର କରି ଲେଖିଥିଲେ।

ଗସ୍ତକାଳରେ ଆପଣ କହିଥିବା ତଥ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ରାଜ୍ୟରେ ୨୦୧୪ ପରଠୁ ଅତିରିକ୍ତ ୭.୮ ଲକ୍ଷ ହେକ୍ଟର୍ ଜମି ଜଳସେଚିତ ହୋଇଛି। ଆମ ଟାର୍ଗେଟ୍‌ ଥିବା ୧୦ ଲକ୍ଷ ହେକ୍ଟର ପାର କରିବା ଆଶା କରୁଛୁ ବୋଲି ନବୀନ ଚିଠିରେ ଦର୍ଶାଇଥିଲେ।

୨୦୧୪ ପରଠାରୁ ଜଳସେଚନ ପାଇଁ ୨୬, ୮୮୯ କୋଟି ଖର୍ଚ୍ଚ ହୋଇଛି ବୋଲି ମଧ୍ୟ ସୂଚନା ଦେଇଛନ୍ତି ନବୀନ। ତେବେ ଏସବୁ ହିସାବକୁ ବିଜେପି ମିଛ ବୋଲି କହିଥିବା ବେଳେ କ୍ଷେତ୍ରକୁ ଯାଇ ସତ୍ୟାସତ୍ୟ ଯାଞ୍ଚ୍ କରିବାକୁ ଆହ୍ୱାନ ମଧ୍ୟ ଦେଇଛି।

ଆହୁରି ପଢ଼ନ୍ତୁ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

You might also like