ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

ଭୁବନେଶ୍ୱର: ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଛନ୍ତି ଯୁବ ନେତା କଳ୍ପତରୁ ଓଝା। ବିଜୁ ଯୁବ ଜନତା ଦଳ କାର୍ଯ୍ୟକର୍ତ୍ତା ଚୟନକୁ ନେଇ ପ୍ରଶ୍ନ ଉଠାଇ ଆଜି ସାଧାରଣ ସମ୍ପାଦକ ପଦରୁ କଳ୍ପତରୁ ଇସ୍ତଫା ଦେଇଥିଲେ।

ଅନଭିଜ୍ଞ ଓ ଦୁର୍ନୀତିରେ ସମ୍ପୃକ୍ତ ଥିବା ଲୋକଙ୍କୁ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ୧୬ ବର୍ଷ ଧରି ଦଳ ସହ କାମ କରିବା ପରେ ବି ତାଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ କରିଛନ୍ତି କଳ୍ପତରୁ। ତେବେ କଳ୍ପତରୁ ଇସ୍ତଫା ଦେବାର କିଛି ସମୟ ଭିତରେ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳ ବିରୋଧୀ କାମ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ କହିଛନ୍ତି। କଳ୍ପତରୁଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟକଳାପ ନେଇ ପୂର୍ବରୁ ଅଭିଯୋଗ ଥିବା ସେ କହିଛନ୍ତି।

ଗତ ସପ୍ତାହରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିଭିନ୍ନ ପଦ ପଦବୀରେ ଦାୟିତ୍ୱ ବଣ୍ଟା ଯାଇଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରି କଳ୍ପତରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ।

You might also like