ହୋମ୍ କ୍ୱାରେଣ୍ଟାଇନରେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହଟା
ଭୁବନେଶ୍ୱର: ବିଦେଶରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ରହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା। ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କ ଭଉଣୀଙ୍କ ନାଁ ପଞ୍ଜୀକରଣ କରିଛନ୍ତି। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦେଶ ଫେରନ୍ତାଙ୍କ ଲାଗି ରେଜିଷ୍ଟ୍ରେସନ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଏକ ୱେବ୍ସାଇଟ୍-covid19.odisha.gov.in ଏବଂ ଫୋନ୍ ମଧ୍ୟ ଜାରି କରାଯାଇଛି।
କୌଣସି କାରଣରୁ ବ୍ୟକ୍ତି ଏହି ୱେବ୍ସାଇଟ୍ର ନାମ ପଞ୍ଜିକରଣ ନ କରିପାରିଲେ ୧୦୪ ନମ୍ବର୍କୁ ଫୋନ୍ କରି ନିଜ ନାମ ପଞ୍ଜିକରଣ କରିପାରିବେ। ତେବେ ଏପର୍ଯ୍ୟନ୍ତ ଏହି ୱେବ୍ସାଇଟ୍ରେ ୧୨୩୯ ଜଣ ନାଗରିକ ପଞ୍ଜିକରଣ କରିସାରିଲେଣି। ସେପଟେ ବିଦେଶରୁ ଆସୁଥିବା ସମସ୍ତଙ୍କୁ ନାମ ପଞ୍ଜୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ଅପିଲ୍ କରିଛନ୍ତି।