ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରିବେ ଲୋକାୟୁକ୍ତ
ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରିବେ ଲୋକାୟୁକ୍ତ। ମାମଲାରେ ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିସ କଲେ ମୁଖ୍ୟମନ୍ତ୍ରୀ। ଲୋକାୟୁକ୍ତ ଗଠନ ପରେ ପ୍ରଥମ ମାମଲା ଭାବେ ସରକାର ଏହି ସୁପାରିସ କରିଛନ୍ତି।
ପାଠକ ବାପ, ପୁଅଙ୍କ ସମ୍ପର୍କରେ ଇଡିର ତଦନ୍ତ ପାଇଁ ସୁପାରିସ ହୋଇଥିବା ବେଳେ ଏବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବି ତଦନ୍ତ ପରିସରକୁ ଆଣିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏନେଇ କ୍ରାଇମବ୍ରାଞ୍ଚକୁ ଇଡି ଏତଲା କପି ମାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ମାଧବ ମିଶ୍ର ଏହି ସୂଚନା ଦେଇଛନ୍ତି।
ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଲିଙ୍କରେ ଗତ ଗୁରୁବାର ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା।ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଜେଲ୍ ମାନୁଏଲ୍ ଅନୁସାରେ ପ୍ରଦୀପଙ୍କୁ ସାଧାରଣ କଏଦୀ ଭାବେ ସୁବିଧା ସୁଯୋଗ ଦିଆଯାଇଛି। ତେବେ କୋଭିଡ୍ ନିୟମାବଳୀ ଆଧାରରେ ତାଙ୍କୁ ୧୪ ନମ୍ବର ଓ୍ୱାର୍ଡରେ ସଙ୍ଗରୋଧରେ ରଖାଯାଇଛି।