ସୁରତରୁ କେବଳ ଟ୍ରେନ୍‌ରେ ଫେରିବାକୁ ଅନୁମତି ଦେଲେ ସରକାର

ଭୁବନେଶ୍ୱର: ସୁରତରୁ କେବଳ ଟ୍ରେନ୍‌ରେ ଫେରିବାକୁ ଅନୁମତି ଦେଲେ ରାଜ୍ୟ ସରକାର। କରୋନା ମୁକାବିଲା ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସୁରତରୁ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହେଉଛି ଓ ଦୀର୍ଘ ପଥରେ ଖାଇବା ପିଇବା ଅସୁବିଧା, ଦୁର୍ଘଟଣା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି।

ସେହିପରି କରୋନା ମୁକାବିଲା ଲାଗି ଆଗକୁ ଦୈନିକ ୧୫ ହଜାର ସାମ୍ପଲ ଟେଷ୍ଟ ପାଇଁ ପଦକ୍ଷେପ ନିଆଯାଉଛି। ଗ୍ରୀନ ଜୋନରେ କୃଷି, ଶିଳ୍ପ, ଜୀବିକା, ପରିବହନ ସ୍ୱାଭାବିକ କରାଯିବ।

ଶିଳ୍ପ ସଂସ୍ଥାର ସମସ୍ୟା ସମାଧାନ ପାଇଁ ଆଦର୍ଶ ନୀତି ଆସିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଚାଷୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଋଣ ସହାୟତା ବଢ଼ିବ। ମିଶନ ଶକ୍ତି ମହିଳାମାନେ ୨ କୋଟିରୁ ଅଧିକ ମିଲ୍ ଯୋଗାଇଲେଣି।

ମିଶନ ଶକ୍ତି ମହିଳାଙ୍କୁ ପ୍ରତି ମିଲ୍ ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଦିଆଯିବ।  ବାହାରେ ଅଧିକ ଲୋକ କାମ କରୁଥିବା ଜିଲ୍ଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିବାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

You might also like