ପୂର୍ବତଟ ରେଲୱେର ବିଭାଜନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ପୂର୍ବତଟ ରେଲୱେର ବିଭାଜନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତିକୁ ପ୍ରବଳ ବିରୋଧ କରୁଛି ବିଜେଡି। ଏଥିପାଇଁ ଦଳ ଗତକାଲି ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲା।

ଏହା ବିରୋଧରେ ବିଜୁ ଛାତ୍ର ଜନତା, ଯୁବ ଓ ମହିଳା ସଂଗଠନ ପକ୍ଷରୁ ପୂର୍ବତଟ ରେଲୱେର ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦଳ ଅଭିଯୋଗ କରିଛି ଯେ, ରେଳବାଇ ପୂର୍ବତଟ ରେଲୱେ ଓଡ଼ିଶା ପକ୍ଷରୁ ୨୦ ହଜାର କୋଟି ଟଙ୍କା ରାଜସ୍ୱ ପାଉଛି। ତେବେ ଏତେମାତ୍ରାରେ ରାଜସ୍ୱ ପାଉଥିବା ବେଳେ ଓଡ଼ିଶା ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଛି ବୋଲି ଦଳ କହିଛି।।

ଆଗାମୀ ନିର୍ବାଚନକୁ ନେଇ କେନ୍ଦ୍ର ଏଭଳି ବିଭାଜନ କରିଥିବା ଅଭିଯୋଗ କରିଛି ଦଳ। ଏହା ଓଡ଼ିଶାର ସ୍ୱାର୍ଥ ପ୍ରତି ଘୋର ଅବହେଳା ବୋଲି ବିଜେଡି କହିଥିବା ବେଳେ ବିଜେପି ଏହାକୁ ରାଜନୀତିର ଆଖ୍ୟା ଦେଇଛି।

You might also like