ସରକାରଙ୍କୁ ବିଜେପିର ପ୍ରଶ୍ନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଛି ତ ?

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବଙ୍କୁ ୫ ମାସର ଚାଉଳ ଓ ଡାଲି ଯୋଗାଣ ଘୋଷଣା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଛି ତ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। NFSAର ୧୩ ଲକ୍ଷ କାର୍ଡ ଏସେଫେସ ରେ ମିଶିବା ପରେ ଆଉ ଯୋଜନା କେଉଁଠି ଅଛି ବୋଲି ବିଜେପି ପ୍ରଶ୍ନ କରିଛି।

ପ୍ରଧାନମନ୍ତ୍ରୀ ଗରିବଙ୍କ ପାଇଁ ମାର୍ଚ୍ଚ ରୁ NFSAରେ ଚାଉଳ ଓ ଡାଲି ଯୋଗାଇବା ବ୍ୟବସ୍ଥା କରିଛନ୍ତି। ଦୁଇଟି ପର୍ଯ୍ୟାୟରେ ଏହି ଘୋଷଣା ହୋଇଛି। ମାର୍ଚ୍ଚରୁ ଏ ଯାଏ ଏମାନଙ୍କ ପରିବାର ଚାଲୁଥିଲା କେମିତି ଓ ରାଜ୍ୟ ସରକାର ଥିଲେ କେଉଁଠି ବୋଲି ପ୍ରଶ୍ନ ଉଠାଇଛନ୍ତି ପୃଧ୍ୱୀରାଜ। ତେବେ ଏପ୍ରସଙ୍ଗରେ ଜବାବ ରଖିଛି ବିଜେଡି।

ବିଜେଡି ଉପସଭାପତି ଦେବି ପ୍ରାସାଦ ମିଶ୍ର କହିଛନ୍ତି, ସବୁକଥାରେ ସେମାନେ ରାଜନୀତିର ଗନ୍ଧ ଦେଖୁଛନ୍ତି। ଖାଦ୍ୟ ନିରପତ୍ତାରେ ଥିବା ଖାଉଟିଙ୍କୁ ଯେମିତି ସୁବିଧା ଯୋଗାଇ ଦିଆଯିବ ସେ ନେଇ ସରକାର ଚେଷ୍ଟା କରୁଛନ୍ତି ବୋଲି ଦେବି ମିଶ୍ର କହିଛନ୍ତି।

You might also like