୨୮୯ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: MSME ପାଇଁ ୨୮୯ କୋଟି ୪୧ ଲକ୍ଷର ପ୍ୟାକେଜ ଘୋଷଣା। ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ପାଇଁ  ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି। ପ୍ୟାକେଜ ଭିତରେ ସୁଧ ରିହାତି, ଟପ୍ଅପ୍ ସବସିଡି ଆଦି ଅନ୍ତର୍ଭୁକ୍ତ ରହିଛି। ମୁଖ୍ୟତଃ ମହିଳା ଏବଂ ଦୁର୍ବଳ ଶ୍ରେଣୀର ଶିଳ୍ପୋଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି। ମହିଳାମାନଙ୍କ ଦ୍ୱାରା ଚାଲୁଥିବା ୪୦% MSME ପାଇଁ ୧୦୮ କୋଟିର ବ୍ୟବସ୍ଥା ରହିଛି।

କିଛି ଦିନ ତଳେ ଫିକି ପକ୍ଷରୁ ଆୟୋଜିତ ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ କରୋନା କାଳରେ ରାଜ୍ୟରେ ୧ ଲକ୍ଷ କୋଟିର ନିବେଶ ସୁଯୋଗ ସୃଷ୍ଟି ହୋଇଛି। କରୋନା ଭଳି ମହାମାରୀ ସମୟରେ ବି ଓଡ଼ିଶା ନିବେଶକଙ୍କୁ ଆକୃଷ୍ଟ କରିଛି। ଏହି ସମୟରେ ରାଜ୍ୟରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ବାଟ ଫିଟିଛି। ରାଜ୍ୟରେ ଶିଳ୍ପ ସଂସ୍ଥାଗୁଡ଼ିକ ପୁଞ୍ଜି ନିବେଶ ପ୍ରତି ଆଗେଇ ଆସୁଥିବାରୁ ୨୦୧୯ରେ ପୁଞ୍ଜି ନିବେଶରେ ଓଡ଼ିଶା ୧ ନମ୍ବର ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

 

You might also like