ଦୀପାବଳି କଟକଣା ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଦୀପାବଳି କଟକଣା ତଦାରଖ କରିବାକୁ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପର୍ଯ୍ୟବେକ୍ଷକମାନଙ୍କୁ ଜିଲ୍ଲା ଗସ୍ତ କରି କଟକଣା ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ ପରିଚାଳନା ସମୀକ୍ଷା ଅବସରରେ ପର୍ଯ୍ୟବେକ୍ଷକମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି।

କଟକଣା କଡ଼ାକଡ଼ି କାର୍ଯ୍ୟାକାରୀ ପାଇଁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ହୋଇଛି। ରାଜ୍ୟରେ ଡିସେମ୍ବର ୨ୟ ସପ୍ତାହ ପରେ ୨ୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ରହିଛି। ଏଥିପାଇଁ ଆମକୁ ଏବେଠାରୁ ସତର୍କ ରହିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

୨ୟ ପର୍ଯ୍ୟାୟ ସଂକ୍ରମଣ ଏଡ଼ାଇବାକୁ ନିୟମ କଡ଼ାକଡ଼ି ପାଳନ ଜରୁରୀ। ନିୟମ କଡ଼ାକଡ଼ି ପାଳନକୁ କୋହଳ କରାଯାଇ ପାରିବ ନାହିଁ ବୋଲି କହିବା ସହିତ ଲକ୍‌ଡାଉନ ଏଡ଼ାଇବାକୁ ନିୟମ ପାଳନ ହିଁ ଶ୍ରେଷ୍ଠ ଉପାୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

You might also like