ବାଲେଶ୍ୱର ପାଇଁ ୧୫୫ କୋଟିର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେଉଁ ପ୍ରକଳ୍ପକୁ କେତେ?

  • ବାଲେଶ୍ୱର ସହର ବିକାଶ ପାଇଁ ୧୫୫ କୋଟିର ପ୍ୟାକେଜ ଘୋଷଣା
  • ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  •  ସହଦେବଖୁଣ୍ଟାରେ ବସଷ୍ଟାଣ୍ଡର ବିକାଶ ପାଇଁ ଖର୍ଚ୍ଚ ହେବ ୮ କୋଟି ଟଙ୍କା
  • ତୁମୁଳିଆ ଗେଟ ଫ୍ଲାଇଓଭରରୁ ଷ୍ଟେସନ ଛକ ଯାଏ ରାସ୍ତା ହେବ ୬ ଲେନ୍

ବାଲେଶ୍ୱର: ବାଲେଶ୍ୱର ସହରର ବିକାଶ ପାଇଁ ୧୫୫ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତୁମୁଳିଆ ଗେଟ ଫ୍ଲାଇ ଓଭରରୁ ଷ୍ଟେସନ ଛକ ଯାଏ ରାସ୍ତା ୬ ଲେନ୍ ବିଶିଷ୍ଟ ହେବ। ୬ ଲେନ୍ ରାସ୍ତାରେ ଆଧୁନିକ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା କରାଯିବ। ବାଲେଶ୍ୱର ମ୍ୟୁନିସିପାଲଟି ସବୁ ରାସ୍ତାର ଉନ୍ନତୀକରଣ କରାଯିବ ବୋଲି ସୂଚନା ମିଳିଛି। ଏହାସହ ୬ ଲେନ୍ ରାସ୍ତା, ଷ୍ଟ୍ରିଟ ଲାଇଟ ପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା।

କେବଳ ଏତିକି ନୁହେଁ ବରଂ, ବୁଢ଼ାବଳଙ୍ଗ ନଦୀବନ୍ଧର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ପାଇଁ ଖର୍ଚ୍ଚ ହେବ ୫୩ କୋଟି ଟଙ୍କା। ପୌରାଞ୍ଚଳରେ ଥିବା ସମସ୍ତ ପ୍ରମୁଖ ପୋଖରୀର ବିକାଶ କରାଯିବ। ଏଥିସହ ସବୁ ଡ୍ରେନ ଓ ରାସ୍ତାର ବିକାଶ କରାଯିବ, ଯେଉଁଥିପାଇଁ ୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବାଲେଶ୍ୱର ସହଦେବଖୁଣ୍ଟାରେ ବସଷ୍ଟାଣ୍ଡର ବିକାଶ ବି କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି। ଏବଂ ଏଥିପାଇଁ ଖର୍ଚ୍ଚ ହେବ ୮ କୋଟି ଟଙ୍କା। ବହୁମୁଖୀ ଇଣ୍ଡୋର ହଲ୍, ସୁଇମିଂ ପୁଲ୍ ହେବ ଏ ବାବଦରେ ଖର୍ଚ୍ଚ ହେବ ୧୪ କୋଟି ଟଙ୍କା ବୋଲି ସୂଚନା ମିଳିଛି। ତେବେ ବାଲେଶ୍ୱର ଲାଗି ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବା କଥା ପୂର୍ବରୁ କହିଥିଲେ ନବୀନ। ଆଉ ଆଜି ପ୍ୟାକେଜ୍‌ ଘୋଷଣା କରିଛନ୍ତି। ତେବେ କେତେ ଦିନରେ କାମ ସରୁଛି ତାହା ଦେଖିବାକୁ ବାକି ରହିଲା।

ତେବେ ଏହି ପଏଣ୍ଟକୁ ପଢି ଜାଣନ୍ତୁ ମୁଖ୍ୟମନ୍ତ୍ରୀ କେଉଁ ପ୍ରକଳ୍ପ ଲାଗି କେତେ ଟଙ୍କା ବ୍ୟୟବରାଦ କରିଛନ୍ତି….

୬ ଲେନ୍ ରାସ୍ତାରେ ଆଧୁନିକ ଷ୍ଟ୍ରୀଟ ଲାଇଟ ବ୍ୟବସ୍ଥା କରାଯିବ
ବାଲେଶ୍ୱର ମ୍ୟୁନିସିପାଲଟିର ସବୁ ରାସ୍ତାର ଉନ୍ନତୀକରଣ କରାଯିବ
୬ ଲେନ୍ ରାସ୍ତା, ଷ୍ଟ୍ରୀଟ ଲାଇଟ ପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା
ବହୁମୁଖୀ ଇଣ୍ଡୋର ହଲ୍, ସୁଇମିଂ ପୁଲ୍ ହେବ; ଖର୍ଚ୍ଚ ୧୪ କୋଟି ଟଙ୍କା
ବୁଢ଼ାବଳଙ୍ଗ ନଦୀବନ୍ଧର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା: ଖର୍ଚ୍ଚ ୫୩ କୋଟି
ପୌରାଞ୍ଚଳରେ ଥିବା ସମସ୍ତ ପ୍ରମୁଖ ପୋଖରୀର ବିକାଶ କରାଯିବ
ସବୁ ଡ୍ରେନ ଓ ରାସ୍ତାର ବିକାଶ କରାଯିବ, ଖର୍ଚ୍ଚ ହେବ ୭ କୋଟି ଟଙ୍କା

 

You might also like