ସହରାଞ୍ଚଳ ଉଠା ଦୋକାନୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

  • କରୋନାରେ କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା
  • ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଅର୍ଥରାଶି ମଞ୍ଜୁର ହୋଇଛି
  • ଏହାଦ୍ୱାରା ରାଜ୍ୟରେ ଥିବା ୮୭ ହଜାର ୬୫୭ ଉଠା ଦୋକାନୀ ଉପକୃତ ହେବେ

ଭୁବନେଶ୍ୱର: ଉଠା ଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି । କରୋନାରେ କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କ  ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ସହରାଞ୍ଚଳ ଉଠା ଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ପାଣ୍ଠି ମଞ୍ଜୁର କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଅର୍ଥରାଶି ମଞ୍ଜୁର ହୋଇଛି। ଲକ୍‌ଡାଉନ୍‌ ଯୋଗୁ ଉଠା ଦୋକାନୀମାନେ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କ ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି। ଏହାଦ୍ୱାରା ରାଜ୍ୟରେ ଥିବା ୮୭ ହଜାର ୬୫୭ ଉଠା ଦୋକାନୀ ଉପକୃତ ହେବେ ବୋଲି ଜଣାପଡ଼ିଛି।

ଗତକାଲି ରାଜ୍ୟରେ ୬୧୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୫୮୯୬  ରୋଗୀ। ସେମାନଙ୍କ ମଧ୍ୟରୁ ୩୩୩୨ ରୋଗୀ କ୍ୱାରେଣ୍ଟିନରେ ଥିବାବେଳେ ୨୫୬୪ ଜଣ ଲୋକାଲ କଣ୍ଟାକ୍ଟ ଥିବା ଜଣାଯାଇଛି। ଡେଲ୍ଟା ଭାଇରସର ମୁକାବିଲା କରିବାରେ କୋଭିସିଲ୍ଡ ଓ କୋଭାକ୍ସିନ ସଫଳ। ଏହି ସୂଚନା ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି। ଟିକା ନେଲା ପରେ ସିଭିୟରିଟି କମିଛି। ତେବେ ଲକଡାଉନ୍ ନେଇ ଡିଏମ୍ଇଟି କହିଛନ୍ତି, ସଂକ୍ରମଣ କମାଇବା ପାଇଁ ଏହାର ଉଦ୍ଦେଶ୍ୟ ଥିଲା। ଏହା ସଫଳ ହୋଇଛି।

You might also like