ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ମିଳିବ ସ୍ମାର୍ଟଫୋନ୍

ଭୁବନେଶ୍ୱର: ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ମିଳିବ ସ୍ମାର୍ଟଫୋନ୍। ଆଜି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ କଥା ହେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ଆଜି ସଂପୃକ୍ତ ଅଞ୍ଚଳରେ ସ୍ମାର୍ଟଫୋନ୍ ବଣ୍ଟନ ବ୍ୟବସ୍ଥା ଶୁଭାରମ୍ଭ କରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ୱାଭିମାନ ଅଞ୍ଚଳରେ ୪ଟି ମୋବାଇଲ ଟାୱାର ହୋଇଛି ଏବଂ ଖୁବଶୀଘ୍ର ଫୋର୍ ଜି ସୁବିଧା ଥିବା ଆଉ ୩ଟି ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତା’ସହ ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ଶହେ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାସ୍ତାଘାଟ ଏବଂ ବିଦ୍ୟୁତ୍‌ ସେବା, ଡିପ୍ ବୋରେୱଲ ଜରିଆରେ ଜମିକୁ ଜଳସେଚନ ଲାଗି ଏହି ଅର୍ଥ ଖର୍ଚ୍ଚ କରାଯିବ। ମାଓ କ୍ୟାଡରମାନେ ହିଂସା ଛାଡ଼ି ମୁଖ୍ୟଧାରାକୁ ଫେରି ଆସି ବିକାଶରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

You might also like