• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ରାଜ୍ୟର ସବୁ ବୋର୍ଡ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ମାଟ୍ରିକ, +୨ ପରୀକ୍ଷା ସ୍ଥଗିତ ପାଇଁ ନିର୍ଦ୍ଦେଶ ଦେଲେ ନବୀନ। କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି। ମହାମାରୀ ସ୍ଥିତିରେ ଉନ୍ନତି ଆସିଲେ ପରୀକ୍ଷା ନେଇ ନିଷ୍ପତ୍ତି ପରବର୍ତ୍ତୀ ସମୟରେ ହେବ। ଜୁନ୍ ପ୍ରଥମ ସପ୍ତାହରେ ପରୀକ୍ଷା ସଂପର୍କରେ ସମୀକ୍ଷା ହେବ ବୋଲି ସୂଚନା ମିଳିଛି। ଉପଯୁକ୍ତ ସମୟ ଦିଆଯାଇ ପୁଣି ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯିବ। ଏହାସହ ନବମ ଓ ଏକାଦଶ ପିଲା ସିଧା ଦଶମ ଓ ଦ୍ୱାଦଶକୁ ଉଠିବେ ବୋଲି ନିଷ୍ପତ୍ତି ହୋଇଛି। ଏହାସହ ଦଶମ, ଦ୍ୱାଦଶ ଶ୍ରେଣୀର ସମସ୍ତ କ୍ଲାସ ବନ୍ଦ କରାଯିବାକୁ ଘୋଷଣା ହୋଇଛି। ୧୯ ତାରିଖ ଠାରୁ କ୍ଲାସ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ତେବେ ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ କରୋନା ଗ୍ରହଣ ଲଗାଇଛି। ଏବର୍ଷ ହେବନି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା। ବର୍ତ୍ତମାନ ପାଇଁ ସ୍ଥଗିତ ରହିବ ଯୁକ୍ତ ଦୁଇ ଏକଜାମ୍‌। ଦେଶରେ କରୋନା ଦ୍ୱିତୀୟ ଲହରର ସୁନାମି ସୃଷ୍ଟି ହୋଇଥିବା ବେଳେ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରୁ ରଖି ଗତକାଲି ଏଭଳି ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଓ୍ୱାଲ ଦଶମ ପରୀକ୍ଷା ବାତିଲ ଓ ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ ରହିବା ନେଇ ଗତକାଲି ଘୋଷଣା କରିଥିଲେ।

କରୋନା ପାଇଁ CBSE ଦଶମ ଶ୍ରେଣୀ ପରୀକ୍ଷା ବାତିଲ, ସ୍ଥଗିତ ରହିଲା ଦ୍ୱାଦଶ ଏକଜାମ୍‌। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ଏହି ନିଷ୍ପତ୍ତି ନିଆଯାଇଛି। ଇଣ୍ଟରନାଲ ଆସେସମେଣ୍ଟ ଆଧାରରେ ଦଶମ ଶ୍ରେଣୀ ପିଲାଙ୍କ ରେଜଲଟ ପ୍ରକାଶ କରାଯିବ। ଯେଉଁ ଛାତ୍ରାଛାତ୍ରୀ ଏହି ବ୍ୟବସ୍ଥାରେ ଅସନ୍ତୋଷ ପ୍ରକାଶ କରିବେ ସେମାନଙ୍କ ପାଇଁ ପରିସ୍ଥିତି ସ୍ୱାଭାବିକ ହେବା ପରେ ଅଫ୍ ଲାଇନ୍ ପରୀକ୍ଷା କରାଯିବ। ତେବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବର୍ତ୍ତମାନ ଲାଗି ସ୍ଥଗିତ ରଖାଯାଇଛି। ଜୁନ୍ ୧ରେ ସ୍ଥିତି ସମୀକ୍ଷା ପରେ କେବେ ପରୀକ୍ଷା ହେବ ସେନେଇ ନିଷ୍ପତ୍ତି ନିଆଯିବ। ପରୀକ୍ଷାର ୧୫ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ ବୋଲି ସୂଚନା ମିଳିଛି।

ତେବେ କରୋନା ଦେଶରେ ହୁ ହୁ ହୋଇ ବଢୁଥିବାରୁ ଏହାକୁ ନେଇ ଚିନ୍ତାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ତେବେ ପରିସ୍ଥିତିକୁ ନଜରରେ ରଖି ଓଡ଼ିଶାରେ ପରୀକ୍ଷା ସ୍ଥଗିତ କରିବାକୁ ଆଜି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Odisha-class-10-class-12-exams-postponed-announces-cm-naveen
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories