ଓଏଏସ୍‌-୨୦୧୭ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)-୨୦୧୭ ବର୍ଷର ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଛି। ଏଥିରେ ମୋଟ ୧୦୬ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ଆୟୂଷୀ ମହାପାତ୍ର ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଝୋଡିଆ ସଂପ୍ରଦାୟର ପ୍ରଥମ ଝିଅ ଭାବେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ ଟିକିରି ଅଞ୍ଚଳର ପ୍ରଭାତୀ ଝୋଡିଆ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

କୃତିତ୍ୱ ହାସଲ କରିଥିବା ୧୦୬ଜଣଙ୍କ ମଧ୍ୟରୁ ୬୪ ଜଣ ପୁରୁଷ ଓ ୪୨ ଜଣ ମହିଳା ଅଛନ୍ତି।

ଲିଖିତ ଓ ମୌଖିକ ପରୀକ୍ଷା ଆଧାରରେ ମୋଟ ୧୦୬ ଜଣ ପରୀକ୍ଷାର୍ଥୀଙ୍କୁ କ୍ୟାଟେଗୋରୀ-୧ ଓ ୨ ସେବା ପାଇଁ ଯୋଗ୍ୟ ବିବେଚିତ କରାଯାଇଛି। ଡିସେମ୍ବର ୩ ରୁ ୧୦ ତାରିଖ ପର୍ଯ୍ୟନ୍ତ ମୌଖିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଓପିଏସ୍‌ସିର ୱେବ୍‌ସାଇଟ୍ www.opsc.gov.in ରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି।

You might also like