• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ସିସିଟିଭି ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର । ଯୁକ୍ତ ୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରର ପ୍ରବେଶ ଦ୍ୱାର, ପରୀକ୍ଷା ହଲ, ବାରଣ୍ଡା ଓ ଅନ୍ୟାନ୍ୟ ସ୍ଥାନରେ ସିସିଟିଭି ଲଗାଯିବା ଜରୁରୀ।  ଯେଉଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିନଥିବ, ସେଠାରେ ପରୀକ୍ଷା କରାଯିବ ନାହିଁ ବୋଲି ସିଏଚ୍ଏସଇ ପକ୍ଷରୁ କୁହାଯାଇଛି । ଏଥିଲାଗି ଆସନ୍ତା ୨୫ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିବା ରିପୋର୍ଟ ଶିକ୍ଷା ପରିଷଦ ପାଖରେ ଦାଖଲ କରିବାକୁ ହେବ । ଏହି ରିପୋର୍ଟ ଦାଖଲ କରାନଗଲେ, ସଂପୃକ୍ତ କଲେଜରେ ହେଉଥିବା ପରୀକ୍ଷା କେନ୍ଦ୍ରକୁ ବାତିଲ କରାଯିବ । ଏହାସହ କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁାପରିଶ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ମେ ୧୮ରୁ ଜୁନ୍ ୧୨ ଯାଏ ଯୁକ୍ତ ୨ ପରୀକ୍ଷା ହେବ ।

ସେପଟେ ରାଉରକେଲାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ-ବିପିୟୁଟି ଅଧିନରେ ଥିବା ଇଂଜିନିଅରିଂ କଲେଜର ଅଫଲାଇନ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ଏପ୍ରିଲ ୨୨ରେ ଆରମ୍ଭ ହେବାକୁ ଥିବା ପରୀକ୍ଷା ମେ ୭କୁ ଘୁଞ୍ଚାଇ ଦିଆଯାଇଛି । ଫଳରେ ଇଂଜିନିଅରିଂ କଲେଜଗୁଡ଼ିକର ଅଫଲାଇନ ପରୀକ୍ଷା ମେ ୭ରୁ ଆରମ୍ଭ ହେବ ପରୀକ୍ଷା ତାରିଖ ବଦଳିବା ନେଇ ସମସ୍ତ କଲେଜକୁ ଜଣାଇ ଦିଆଯାଇଛି । ତେବେ ଅନଲାଇନ ପରୀକ୍ଷା କେବେ ହେବ, ସେନେଇ ଜଣାଇ ଦିଆଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଣୁ ପରୀକ୍ଷାର୍ଥୀଙ୍କ ବିବରଣୀ ଏପ୍ରିଲ ୧୫ ପୂର୍ବରୁ  ୱେସାଇଟରେ ଅପଲୋଡ୍ କରିବାକୁ କୁହାଯାଇଛି ।

Odisha-chse-directs-examination-centres-to-compulsorily-install-cctvs
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories