‘ହଟ୍‌ସ୍ପଟ୍‌ ଜିଲ୍ଲାରୁ ଆସୁଥିବା ରୋଗୀଙ୍କ ଚିକିତ୍ସା ନ କରିଲେ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଘରୋଇ ହସ୍ପିଟାଲ ଓ କ୍ଲିନିକ୍ ଗୁଡିକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚେତାବନୀ ଦେଇଛନ୍ତି। ହଟ୍‌ସ୍ପଟ୍‌ ଜିଲ୍ଲା ଗୁଡିକରୁ ଆସୁଥିବା ରୋଗୀଙ୍କ ଚିକିତ୍ସା ନ କରିଲେ,ସମ୍ପୃକ୍ତ ହସ୍ପିଟାଲ ଓ କ୍ଲିନିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଚେତାବନୀ ଦେଇଛନ୍ତି।

କରୋନା ଭଳି ମହାମାରୀ ସମୟରେ ରୋଗୀଙ୍କ ଚିକିତ୍ସା ନ କରିବା ନୀତିଗତ ଭୁଲ୍ ଓ ବେଆଇନ୍‌। ଯଦି କେଉଁ ହସ୍ପିଟାଲ କିମ୍ବା କ୍ଲିନିକ୍ ଚିକିତ୍ସା କରୁ ନ ଥିବା ପ୍ରମାଣ ମିଳିଲା, ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ଆହୁରି ପଢ଼ନ୍ତୁ

You might also like