ଲୋକାୟୁକ୍ତ ନିଯୁକ୍ତି ନେଇ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ/ ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟ ସରକାର ଲୋକାୟୁକ୍ତ ଚୟନ କରିବେ। ଏଥିସହ ଏପ୍ରିଲ ୮ ତାରିଖରୁ ଲୋକାୟୁକ୍ତ କାର୍ଯ୍ୟ ଆରମ୍ଭ କରିବେ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୁପ୍ରିମ୍‌କୋର୍ଟରେ ଏଭଳି ଏକ ସତ୍ୟପାଠ ଦାଖଲ କରିଛନ୍ତି।

୨୦୧୪ ମସିହା ଫେବୃଆରୀ ୧୪ ତାରିଖରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଲୋକାୟୁକ୍ତ ବିଲ୍ ପାସ୍ କରିଥିଲେ। ହେଲେ ଆଇନ୍‌ ପ୍ରଣୟନର ୫ ବର୍ଷ ପୂରିବାକୁ ବସିଥିଲେ ମଧ୍ୟ ଏଯାଏ ଲୋକାୟୁକ୍ତ ନିଯୁକ୍ତ ହୋଇନଥିବାରୁ ସୁପ୍ରିମ୍‌କୋର୍ଟରେ ମାମଲା ଦାଏର ହୋଇଥିଲା। ଏପରିକି ଏ ନେଇ ଶୀଘ୍ର ପଦକ୍ଷେପ ନେବାକୁ ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଥିଲେ।

ଆଜି ସୁପ୍ରିମ୍‌କୋର୍ଟରେ ଏ ପ୍ରସଙ୍ଗରେ ଶୁଣାଣି ବେଳେ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହି ସତ୍ୟପାଠ ଦାଖଲ କରିଥିଲେ।

ଆହୁରି ପଢ଼ନ୍ତୁ

ବଜ୍ରପାତରେ ୫ ମୃତ

ଏଣିକି ଶିକ୍ଷକଙ୍କ ଦକ୍ଷତା ମାପିବେ ଛାତ୍ରଛାତ୍ରୀ

୨୧ ଜଣିଆ ମନ୍ତ୍ରିମଣ୍ଡଳରେ ୧୩ କୋଟିପତି : ଶୀର୍ଷରେ ନବୀନ

ଚତୁର୍ଥ ଶ୍ରେଣୀ ପଢ଼ିଥିବା ବ୍ୟକ୍ତି ଚାଷ ପାଇଁ ତିଆରି କଲେ ମଟର ଚାଳିତ ଯନ୍ତ୍ର

ସ୍ୱାଭିମାନ ଅଂଚଳର ଉନ୍ନତି ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ

ପ୍ରେମ ବିବାହ ପରେ ସ୍ତ୍ରୀକୁ ଛାଡ଼ି ସ୍ୱାମୀ ଫେରାର୍‌

ପାର୍ସଲ ପେଟିରୁ ବାହାରିଲା ନାଗସାପ

ନିଜସ୍ୱ ଉଦ୍ୟମରେ ମୋବାଇଲ ଟାୱାର ନିର୍ମାଣ କଲେ ଗ୍ରାମବାସୀ

ଭୁଲ୍‌ ଇଞ୍ଜେକସନ୍ ପାଇଁ ୯ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ

ଓଟିଭିର ପ୍ରଭାବ: ମାଟି ଶଙ୍ଖ ଶିଳ୍ପୀଙ୍କୁ ମିଳିଲା ପ୍ରୋତ୍ସାହନ

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ସମୁଦ୍ର କୂଳରେ ବିଛା ଯାଇଥିବା ଜିଓ ସିନ୍ଥେଟିକ୍‌ ଟ୍ୟୁବ୍‌ରେ ଅଗ୍ନିକାଣ୍ଡ

You might also like