ଭୁବନେଶ୍ୱର:  ୧୦ ଦିନ ସ୍ପେଶାଲ ଡ୍ରାଇଭ୍ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ। ସଂକ୍ରମଣ ହ୍ରାସ କରିବାକୁ ଅଧିକ ପୋଲିସ ମୁତୟନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଖାଲି ସେତିକି ନୁହେଁ, ସାରା ରାଜ୍ୟରେ ପୋଲିସ ମୁତୟନ କରି ସ୍ପେଶାଲ ଡ୍ରାଇଭ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସୁରକ୍ଷା ନିୟମ କଡ଼ାକଡ଼ି ପାଳନ ପାଇଁ ଅଧିକ ପୋଲିସ ମୁତୟନ ପାଇଁ କୁହାଯାଇଛି। ଏହି ସମୟରେ ମାସ୍କ, ସାମାଜିକ ଦୂରତ୍ୱ ନେଇ ସୂଚନା ଓ ପ୍ରସାରଣ ବିଭାଗ ସଚେତନତା କରିବ। ରାଜ୍ୟରେ ଲଗାତର ସଂକ୍ରମଣ ବଢିଚାଲିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ୫ ଶହ ଉପରେ ରହୁଛି। କରୋନାର ଦ୍ୱିତୀୟ ଲହର ନେଇ ସତର୍କ ରହିବାକୁ କୁହାଯାଇଛି।

ଛତିଶଗଡ଼ ସୀମାନ୍ତ ଜିଲ୍ଲା ଉପରେ ରାଜ୍ୟ ସରକାରଙ୍କ ଫୋକସ୍। ସୀମାନ୍ତ ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ମୁଖ୍ୟ ଶାସନ ସଚିବ,ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଗ୍ରାଉଣ୍ଡ ଜିରୋକୁ ଯାଇ ସେଠାକାର ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହିତ ସ୍ଥିତି ଅନୁଯାୟୀ ଆବଶ୍ୟକ ଜରୁରୀ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ପଶ୍ଚିମ ଓଡ଼ିଶାରେ ଅଧିକ ସଂଖ୍ୟକ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ ଓ ଲ୍ୟାବ୍ ଟେକ୍ନିସିଆନ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗ ଏସିଏସ୍, ଉନ୍ନୟନ କମିଶନରଙ୍କ ସହ ରାଜ୍ୟର ସମସ୍ତ ଜିଲ୍ଲାପାଳ, ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। କରୋନା ମୁକାବିଲା ନେଇ ବୈଠକରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି। କୋଭିଡ୍ ମୁକାବିଲା ନେଇ ନୂଆ ପଦକ୍ଷେପ ନିଆଯିବ ବୋଲି ଆଗରୁ ଆଶା କରାଯାଉଥିଲା।

 

ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା:-

  • ସଂକ୍ରମଣ ବ୍ୟାପୁଥିବା ପଶ୍ଚିମ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ନଜର
  • ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲାରେ କରୋନା ଅଧିକ ବ୍ୟାପୁଛି
  • ସୀମାନ୍ତ ଜିଲ୍ଲାକୁ ଗସ୍ତ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ
  • ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଗସ୍ତ ନିର୍ଦ୍ଦେଶ
  • ଗ୍ରାଉଣ୍ଡ ସ୍ଥିତି ଦେଖି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ
  • ପଶ୍ଚିମ ଓଡ଼ିଶାରେ ଅଧିକ ସ୍ବାସ୍ଥ୍ୟ କର୍ମୀ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ଡାକ୍ତର, ପାରାମେଡିକ୍, ଲ୍ୟାବ୍ ଟେକ୍ନିସିଆନ ତୁରନ୍ତ ଦେବାକୁ ନିର୍ଦ୍ଦେଶ
  • ଅକ୍ସିଜେନ ସୁବିଧା ଥାଇ ଯଥେଷ୍ଟ ଆମ୍ବୁଲାନ୍ସ ଯୋଗାଇବାକୁ ନିର୍ଦ୍ଦେଶ
  • ଆମ୍ବୁଲାନ୍ସ ଓ ବେଡ୍ ନେଇ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ
  • ଆମ୍ବୁଲାନ୍ସ ନଆସିବା, ହସ୍ପିଟାଲରେ ବେଡ୍ ନଥିବା ଗ୍ରହଣ କରାଯିବନି
  • ଏନେଇ ଯେମିତି କିଛି ଅଭିଯୋଗ ନଆସିବ ତାଗିଦ କଲେ ମୁଖ୍ୟମନ୍ତ୍ରୀ
  • ଗୁରୁତ୍ୱର ସହ ନନେଲେ ସଂକ୍ରମଣ ବଢ଼ିବ ବୋଲି ଚେତାବନୀ ଦେଲେ

Other Stories