• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଧାରଣାରତ ବିଜେପି ସଦସ୍ୟଙ୍କ ପାଖକୁ ଆସିଲେ ମୁଖ୍ୟମନ୍ତ୍ରୀ
ନବୀନ ନିବାସରୁ ବାହାରି ଗେଟ୍ ସାମ୍ନା ଧାରଣା ସ୍ଥଳକୁ ଆସିଲେ
ଧାରଣାରତ ବିଜେପି ସଦସ୍ୟଙ୍କ ସହ କଥା ହେଲେ 
ଭିତରକୁ ଯାଇ ଆଲୋଚନା କରିବାକୁ ଡାକିଲେ ମୁଖ୍ୟମନ୍ତ୍ରୀ
ବିଜେପି ସଦସ୍ୟମାନଙ୍କୁ ନବୀନ ନିବାସ ଭିତରକୁ ଡାକିନେଲେ
ନବୀନ ନିବାସରେ ମୁଖ୍ୟମନ୍ତ୍ରୀ-ବିଜେପି ସଦସ୍ୟ ଆଲୋଚନା ଜାରି

ଭୁବନେଶ୍ୱର : ବାହାରକୁ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପି ବିଧାୟକଙ୍କ ଜିଦ୍ ଆଗରେ ନଇଁ ଆଲୋଚନା କରିବାକୁ ନିଜେ ନବୀନ ନିବାସରୁ ଧାରଣାରତ ସଦସ୍ୟଙ୍କ ନିକଟକୁ ଆସିଛନ୍ତି। ଏପରି ଦୃଶ୍ୟ ପୂର୍ବରୁ ଦେଖିବାମୁ ମିଳିନାହିଁ । ବିଧାନସଭା ଅଚଳାବସ୍ଥାକୁ ନେଇ ଆଜି ନବୀନ ନିବାସ ସମ୍ମୁଖରେ ହାଇଡ୍ରାମା ଦେଖିବାକୁ ମିଳିଛି। ରାଜ୍ୟ ରାଜନୀତିରେ ଏହା ପ୍ରଥମ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ।  ନବୀନ ନିବାସ ସମ୍ମୁଖରେ ବିଜେପି ବିଧାୟକଙ୍କ ଧାରଣା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ତେବେ ବିଜେପି ବିଧାୟକଙ୍କୁ ଭେଟିବା ପରେ ଭିତରକୁ ଯାଇ ଆଲୋଚନା କରିବାକୁ ଡାକିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ମୁଖ୍ୟମନ୍ତ୍ରୀ-ବିଜେପି ସଦସ୍ୟଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି।

ମୁଖ୍ୟମନ୍ତ୍ରୀ ଧାରଣାସ୍ଥଳକୁ ଆସିବା ପ୍ରଥମ ଘଟଣା। ଏପରି ପୂର୍ବରୁ ହୋଇନଥିଲା, ଏହି ଘଟଣା ଇତିହାସରେ ପ୍ରଥମ ବୋଲି କହିଛନ୍ତି ବିଷ୍ଣୁ ସେଠୀ । ଏକ ସର୍ବଦଳୀୟ ବୈଠକ ବସିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଖୁବ୍ ଶୀଘ୍ର ବୈଠକରେ ଆଲୋଚନା ହୋଇ, କିଛି ଫଳ ମିଳିବ ବୋଲି ଆଶା କରାଯାଉଛି। ମଣ୍ଡିରୁ ସବୁ ଧାନ ଉଠିବା କଥାରେ ମୁଖ୍ୟମନ୍ତ୍ରୀ ହଁ ଭରିଥିବା ମଧ୍ୟ କହିଛନ୍ତି ବିରୋଧୀ ଦଳ ଉପନେତା ।


ସେହିପରି ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ଏ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ନେଇଛନ୍ତି।  ଧାନ ସମସ୍ୟା ନେଇ ସର୍ବଦଳୀୟ ବୈଠକ ଡାକିବେ । ବାଚସ୍ପତିଙ୍କ ସହ କଥା ହୋଇ ସର୍ବଦଳୀୟ ବୈଠକ ଡକାଯିବେ ଏବଂ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ମଣ୍ଡିରେ ଅବ୍ୟବସ୍ଥା ଓ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ଆଜି ରାସ୍ତାକୁ ଓହ୍ଲାଇଛି ବିଜେପି । ବିଧାନସଭାରୁ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯାଏଁ ଚାଲି ଚାଲି ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ବିଜେପି ବିଧାୟକ ନବୀନ ନିବାସ ଆଥିବା କହିଥିଲେ॥ ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ହାତରେ ପ୍ଲାକାର୍ଡ ଧରି ଏକ ବିଶାଳ ଶୋଭାଯାତ୍ରାରେ ଆସିଥିଲେ ବିଜେପି ସଦସ୍ୟମାନେ। ସେପଟେ ବିଜେପି ବିଧାୟକଙ୍କ ଶୋଭାଯାତ୍ରା ପଛରେ ବିଜେଡି ବିଧାୟକଙ୍କ ଶୋଭାଯାତ୍ରା ଚାଲିଥିଲା ।

Odisha-chief-minister-came-to-a-protest-site
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories