ଚାଷ ନୁହେଁ ଶିଳ୍ପ ପାଇଁ ମହାନଦୀ ପାଣି ବ୍ୟବହାର କରୁଛି ଛତିଶଗଡ଼

ଓଡ଼ିଶା: ପୁଣି ଉଠିଲା ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ପ୍ରସଙ୍ଗ। ଛତିଶଗଡ଼ କୃଷି ଜଳସେଚନ ପାଇଁ ନୁହେଁ ବରଂ ଶିଳ୍ପ ପାଇଁ ମହାନଦୀ ଜଳକୁ ଅଧିକ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ।

ଅଣମୌସୁମୀ ଋତୁରେ ଅନ୍ୟ ବର୍ଷ ତୁଳନାରେ ଏବର୍ଷ ହୀରାକୁଦକୁ ଅଧିକ ଜଳ ଆସିଛି । ଏକ୍‌ଡାଉନ ଯୋଗୁଁ ଶିଳ୍ପ ବନ୍ଦ ହୋଇଯାଇଥିବାରୁ ଏଭଳି ହୋଇଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ । ତାଙ୍କ ଯୁକ୍ତି ହେଉଛି, ପୂର୍ବ ବର୍ଷ ମାନଙ୍କରେ ଛତିଶଗଡ଼ ଶିଳ୍ପ ପାଇଁ ମହାନଦୀ ଜଳର ଉପଯୋଗ କରୁଥିବାରୁ ଓଡ଼ିଶାକୁ ଅଳ୍ପ ପରିମାଣର ଜଳ ଛାଡ଼ୁଥିଲା । କିନ୍ତୁ ଏବର୍ଷ ଶିଳ୍ପ ବନ୍ଦ ପଡ଼ିଥିବାରୁ ହୀରାକୁଦକୁ ଅପେକ୍ଷାକୃତ ଅଧିକ ଜଳ ଆସିଛି ।

ଏକଥା ମହାନଦୀ ଟ୍ରିବ୍ୟୁନାଲକୁ ମଧ୍ୟ ଅବଗତ କରାଯିବ ବୋଲି ସେ କହିଛନ୍ତି। ସେପଟେ କଂଗ୍ରେସ କହିଛି, ରାଜ୍ୟ ସରକାରଙ୍କ ତଥ୍ୟ ଭୁଲ୍ଅ॥ ଧିକ ପାଣି ଆସିନି । ତେବେ ଓଡ଼ିଶା ସରକାର ତଳମୁଣ୍ଡରେ ଆଡ଼ିବନ୍ଧ ନିର୍ମାଣ କରି ଜଳ ସଂରକ୍ଷଣ କରିବା ଦରକାର।ଅନ୍ୟପକ୍ଷରେ ବିଜେପି କହିଛି, ଯଦି ଅଧିକ ପାଣି ଆସିଛି ଭଲ କଥା । ଓଡ଼ିଶା ଏହାର ଫାଇଦା ନେବା ଉଚିତ ।

ଆହୁରି ପଢ଼ନ୍ତୁ

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

ଦାଦାବଟି ରୋକିବାକୁ ଜାରି ହେଲା ହେଲ୍ପଲାଇନ୍ ନମ୍ୱର

You might also like