ପିଏମ୍‌ କିଷାନ ଓ କାଳିଆକୁ ନେଇ ବଢ଼ୁଛି କେନ୍ଦ୍ର, ରାଜ୍ୟ କଳି

ଭୁବନେଶ୍ୱର(ପ୍ରଭାତ ବିଶୋଇ ହରିହର ଚାନ୍ଦ): କେନ୍ଦ୍ରର ପିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ କରିବାରେ ଜାଣିଶୁଣି ଅବହେଳା କରୁଛନ୍ତି କି ରାଜ୍ୟ ସରକାର? କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ମନ୍ତବ୍ୟ ପରେ ଏଭଳି ଚର୍ଚ୍ଚା ଲାଗି ରହିଛି।

ରାଧାମୋହନ କହିଛନ୍ତି, ରାଜ୍ୟରେ ୩୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବାବେଳେ ରାଜ୍ୟ ସରକାର ମାତ୍ର ୮ଲକ୍ଷ ୬୫ ହଜାର ଚାଷୀଙ୍କ ତାଲିକା କେନ୍ଦ୍ର ପାଖକୁ ପଠାଇଛନ୍ତି। ସେଥିରେ ପୁଣି ୧ଲକ୍ଷ ଚାଷୀଙ୍କ ତଥ୍ୟରେ ହେରଫେର ହୋଇଥିବା ଅଭିଯୋଗ ଆଣି ଏଭଳି ଚଳିବ ନାହିଁ ବୋଲି କହିଛନ୍ତି କୃଷିମନ୍ତ୍ରୀ।

ଏହାର ଜବାବରେ ରାଜ୍ୟ କୃଷିମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ଯେତିକି ଚାଷୀଙ୍କ ତାଲିକା କେନ୍ଦ୍ରକୁ ଦିଆଯାଇଛି ସମସ୍ତେ ଟଙ୍କା ପାଇ ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପିଏମ୍-କିଷାନ ଯୋଜନା ଲାଗି ଚାଷୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଅଧିକ କସରତ କରିବାକୁ ପଡୁଛି। କେନ୍ଦ୍ର-ରାଜ୍ୟର ଏହି କଳିରେ ଏଣ୍ଟ୍ରି ମାରି କଂଗ୍ରେସ ଉଭୟଙ୍କୁ କଡ଼ା ସମାଲୋଚନା କରିଛି।

ସେପଟେ କାଳିଆ ଯୋଜନାରେ ଅତିରିକ୍ତ ୧୦ ଲକ୍ଷ ଚାଷୀଙ୍କୁ ସାମିଲ୍ କରିବା ନେଇ କ୍ୟାବିନେଟ୍‌ରେ ମୋହର ଲାଗିବା ପରେ ତାକୁ କାର୍ଯ୍ୟକାରୀ କରିବା ପାଇଁ ସଚିବାଳୟରେ ସମୀକ୍ଷା ବୈଠକ ବସିଥିଲା। ଏଥିପାଇଁ ମାର୍ଚ୍ଚ ପହିଲାରେ ଚିଠା ତାଲିକା ପ୍ରକାଶ ପାଇବ। ତା’ପରେ ଯୋଗ୍ୟ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ। ଏପ୍ରିଲ୍ ପହିଲାରେ ଦିଆଯିବାକୁ ଥିବା କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ବାବଦରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।

ଆହୁରି ପଢ଼ନ୍ତୁ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

You might also like