ଆଜି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା
ଭୁବନେଶ୍ୱର: ଆଜି ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା। ବିଘ୍ନ ବିନାଶକଙ୍କ ପୂଜା ପାଇଁ ଗାଁରୁ ସହର ସବୁଠି ଚଳଚଞ୍ଚଳ। ଶଙ୍ଖ, ମନ୍ତ୍ର ପାଠରେ କମ୍ପି ଉଠୁଛି ବିଭିନ୍ନ ପୂଜା ମଣ୍ଡପ।
ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ବିଭିନ୍ନ ମଣ୍ଡପରେ ସାଜସଜ୍ଜା ଅତି ସୁନ୍ଦର ଭାବେ କରାଯାଇଛି। ସକାଳୁ ସକାଳୁ ଛାତ୍ରଛାତ୍ରୀମାନେ ଫୁଲ, ନଡିଆ, କଦଳୀ, ଧୂପ ଆଦି ଧରି ନିଜ ନିଜର ଶିକ୍ଷାନୁଷ୍ଠାନ ଅଭିମୁଖେ ବାହାରିଛନ୍ତି।
ବିଘ୍ନ ବିନାଶକଙ୍କ ପୂଜା ପାଇଁ ଝଲସୁଛି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହର। ଚଳିତ ଥର ଏଠାରେ ୨ଶହ ମଣ୍ଡପରେ ପୂଜା ପାଉଛନ୍ତି ଗଜାନନ।
ସେହିପରି ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ତାଳଚେର ସହର ବିଭିନ୍ନ ଆଲୋକ ମାଳାରେ ସଜେଇ ହୋଇଛି। ଏଥିସହ ଘରେ ଘରେ ମଧ୍ୟ ବିଘ୍ନ ବିନାଶକଙ୍କୁ ପୂଜା କରାଯାଉଛି।