ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା

ଭୁବନେଶ୍ୱର: ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ବିଶ୍ୱକର୍ମା। ଭଗବାନ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ସାରା ରାଜ୍ୟ ଉତ୍ସବମୁଖର ହୋଇଉଠିଛି ।  ଭୁବନେଶ୍ୱର, ପାରାଦୀପ, ରାଉରକେଲା ଓ ଅନୁଗୁଳ ସମେତ ରାଜ୍ୟର ବିଭିନ୍ନ ସହରରେ ବିଶ୍ୱକର୍ମାଙ୍କ ପୂଜା ଆରମ୍ଭ ହୋଇଯାଇଛି।

ପାରାଦୀପରେ ୭ଦିନ ଧରି ଚାଲିବ ବିଶ୍ୱକର୍ମା ପୂଜା।  ଏଠାରେ ବିଭିନ୍ନ ଶ୍ରମିକ ସଙ୍ଗଠନ, ଶିଳ୍ପାନୁଷ୍ଠାନ ଓ ବନ୍ଦରର ବିଭିନ୍ନ ବିଭାଗ ପକ୍ଷରୁ ବିଶ୍ୱକର୍ମା ପୂଜା କରାଯାଉଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୂଜା କମିଟି ଏବଂ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ରଙ୍ଗୀନ ଆଲୋକ ସାଙ୍ଗକୁ ସୁଉଚ୍ଚ ତୋରଣ ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପୀ କୂଳର ଦେବତା। ପୁରାଣ ମତେ ସେ ହେଉଛନ୍ତି ଅଷ୍ଟମ ବସୁ ପ୍ରଭାସ ଓ ଯୋଗସିଦ୍ଧାଙ୍କ ସନ୍ତାନ।

କିନ୍ତୁ ଆଉ କିଛି ମତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ବିଶ୍ୱକର୍ମାଙ୍କ ଜନ୍ମ ।

You might also like