ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିକ୍ରମେ  ସ୍ୱାମୀନାଥନ କମିଟି ସୁପାରିସ ଲାଗୁ ପାଇଁ କେନ୍ଦ୍ରକୁ ଅନୁରୋଧ କରିବା, ଫସଲ ଉତ୍ପାଦନ ଖର୍ଚ୍ଚ ଠାରୁ ଅତି କମରେ ଅଧିକ ୫୦% ଦେବାକୁ ଅନୁରୋଧ କରିବା ଆଜି ନିଷ୍ପତ୍ତି ହୋଇଛି।

ସେହିପରି ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଫି ଷ୍ଟ୍ରକଚର କମିଟି ଅଧ୍ୟକ୍ଷ ନିଯୁକ୍ତ ପାଇଁ ନିଷ୍ପତ୍ତି ନିଆଯାଇଛି। ବିପିୟୁଟି କୁଳପତିଙ୍କ ଜାଗାରେ ଜଣେ ଅବସରପ୍ରାପ୍ତ ଜଜ୍ ରହିବେ ଅଧ୍ୟକ୍ଷ। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ମନୋନୀତ ଜଣେ ଅବସରପ୍ରାପ୍ତ ଜଜ୍ ଅଧ୍ୟକ୍ଷ ହେବେ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଯାନ୍ତ୍ରିକ ସେବା ବର୍ଗର ପୁନର୍ବିନ୍ୟାସ କରିବା ପାଇଁ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପଦବୀ ସୃଷ୍ଟି କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସେହିପରି ବରଗଡ଼ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ନେଇ ମଧ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ୨ଟି ପ୍ରକଳ୍ପ ପାଇଁ ୫୦୮ କୋଟି ଓ ୨୧୫ କୋଟିର ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର। ପ୍ରଥମ ପ୍ରକଳ୍ପରେ ୫ଟି ବ୍ଲକର ୩୪୯ ଗାଁରେ ରହୁଥିବା ୫ ଲକ୍ଷ ଲୋକ ପାଣି ପାଇପାରିବେ। ୨୪ ମାସରେ ପ୍ରକଳ୍ପ ଶେଷ ହେବ ବୋଲି ସୂଚନା ଦିଆଯାଇଛି। ପ୍ରଥମ ପ୍ରକଳ୍ପ ପାଇଁ ୫୦୮ କୋଟି ୭୫ ଲକ୍ଷ ଖର୍ଚ୍ଚ ହେବାକୁ ଥିବା ବେଳେ ୨ୟ ପ୍ରକଳ୍ପରେ ୨୧୫ କୋଟି ଖର୍ଚ୍ଚ ହେବ। ଏଥିରେ ୨ଟି ବ୍ଲକର ୨.୨୯ ଲକ୍ଷ ଲୋକ ପାଣି ପାଇପାରିବେ।

ଫୁଲବାଣୀରେ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ କୋରାପୁଟ ମେଡିକାଲ କଲେଜ ଶଯ୍ୟା ସଂଖ୍ୟା ୬୫୦କୁ ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ଉଭୟ ନିର୍ମାଣ କାର୍ଯ୍ୟ ୩୬ ମାସରେ ସାରିବାକୁ ସୂଚନା ଦିଆଯାଇଥିବା ବେଳେ ଏହି ଦୁଇ ପ୍ରକଳ୍ପ ପାଇଁ ୬୮୦ କୋଟି ବ୍ୟୟବରାଦ ହୋଇଛି।

You might also like