ରାଜ୍ୟ ଖାଦ୍ୟ ସୁରକ୍ଷା ବିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର : ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଅାଣିବାକୁ ଅାଉ ପାଦେ ଅାଗେଇଲେ ରାଜ୍ୟ ସରକାର। ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କଲା ରାଜ୍ୟ ଖାଦ୍ୟ ସୁରକ୍ଷା ପ୍ରସ୍ତାବ। ଅାଜି ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅାଯାଇଛି।

ରାଜ୍ୟର ଏହି ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ମୋଟ ୩୪ ଲକ୍ଷ ୪୪ ହଜାର ହିତାଧିକାରୀ ସାମିଲ ହେବାକୁ ଥିବା ବେଳେ ପ୍ରଥମ ଦଫାରେ ୨୫ ଲକ୍ଷ ହିତାଧିକାରୀ ଉପକୃତ ହେବେ। ମୋଟ ୧୧ଟି ମାପଦଣ୍ଡରେ ଗରିବ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯିବ ବୋଲି ସୂଚନା ମିଳିଛି।

ଏହି ଯୋଜନା ପାଇଁ ପ୍ରଥମ ୬ ମାସରେ ୨୨୦ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ ଏବଂ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହାକୁ ଭରଣା କରିବେ। ଅାସନ୍ତା ଅକ୍ଟୋବର ୨ ତାରିଖରୁ ଏହି ଯୋଜନା ଅଧୀନରେ ଚାଉଳ ବଣ୍ଟନ କରାଯିବ।

 

 

You might also like