‘ଖୁସି’ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରୀ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗର ‘ଖୁସି’ ଯୋଜନାକୁ ମିଳିଲା କ୍ୟାବିନେଟ ମଂଜୁରୀ। ‘ଖୁସି’ ଯୋଜନାରେ ମାଗଣାରେ ସ୍କୁଲ ଝିଅଙ୍କୁ ମିଳିବ ସାନିଟାରି ନାପକିନ୍‌। ଏହା ଦ୍ୱାରା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ୧୭ ଲକ୍ଷ ୨୫ ହଜାର ଛାତ୍ରୀ ଉପକୃତ ହେବେ।

ସରକାରୀ ସ୍କୁଲ୍‌ ସହିତ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ସ୍କୁଲର ଛାତ୍ରୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏଥିପାଇଁ ୫ ବର୍ଷରେ ୪୬୬ କୋଟି ଟଙ୍କାର ଖର୍ଚ୍ଚ କରିବାର ପ୍ରସ୍ତାବକୁ କ୍ୟାବିନେଟ୍‌ ବୈଠକରେ ଅନୁମୋଦନ ମିଳିଛି।

କ୍ୟାବିନେଟ୍‌ ଆଉ ଏକ ଗୁରୁତ୍ୱପୂର୍ଣ୍ଣ  ନିଷ୍ପତ୍ତି ନେଇଛି। ୬ ବର୍ଷ ଧରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ବିଭିନ୍ନ ସ୍କିମ୍‌ରେ ଠିକା ନିଯୁକ୍ତି ପାଇ ୬ ବର୍ଷ ଲଗାତର କାମ କରିଥିବା କର୍ମଚାରୀଙ୍କୁ ନିୟମିତ ସରକାରୀ କର୍ମଚାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ଏହି ନିଷ୍ପତ୍ତି ଅନୁସାରେ ଷ୍ଟାଫ୍‌ ନର୍ସ, ଲାବ୍ ଟେକ୍ନିସିଆନ୍, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ନିୟମିତ ହେବେ। ସେହିପରି ସରକାରୀ ହୋମିଓପାଥି ଡାକ୍ତର ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ବୟସ ୩୨ରୁ ୪୦ବର୍ଷକୁ ବୃଦ୍ଧି କରିବା ପାଇଁ ଏ ସଂପର୍କିତ ନିୟମରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ମିଳିଛି କ୍ୟାବିନେଟ୍‌ ମଂଜୁରୀ।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like