ନିର୍ବାଚନ ସରିଲା; କିଏ ପାଇବ କେତେ ଭୋଟ୍, ତାକୁ ନେଇ ଅଙ୍କକଷା ଆରମ୍ଭ

ଭୁବନେଶ୍ୱର: ପରୀକ୍ଷା ସରିଲା, ଫଳ କେମିତି ହୋଇଛି, ସେ ନେଇ ଆରମ୍ଭ ହୋଇଗଲାଣି ଅଙ୍କ କଷା। ବାଲେଶ୍ୱର ଓ ତିର୍ତ୍ତୋଲରେ ଭୋଟ୍ ସରିବା ପରେ ଫଳାଫଳକୁ ନେଇ ଜୋର୍ ଧରିଛି ଚର୍ଚ୍ଚା। ଯଦିଓ ଉପନିର୍ବାଚନ ଫଳ ସେଭଳି କୌଣସି ଫରକ୍ ପକାଇବ ନାହିଁ, ତଥାପି ଆଗକୁ ରାଜ୍ୟ ରାଜନୀତି କେଉଁ ଦିଶା ନେବ ସେନେଇ ସଂଙ୍କେତ ଦେଇପାରେ। ଉଭୟ ବିଜେଡି ଓ ବିଜେପି ଦୁଇଟି ଯାକ ସିଟ୍ ଜିତିବେ ବୋଲି ଦାବି କରୁଥିବା ବେଳେ କଂଗ୍ରେସ୍ କିନ୍ତୁ ରେଜଲ୍ଟ ବାହାରିବା ପୂର୍ବରୁ ହାତ ଟେକି ଦେଇଛି।

୨୦୧୯ ନିର୍ବାଚନରେ ବାଲେଶ୍ୱରରେ ବିଜେପି ୧୩ ହଜାର ୪୦୬ ଭୋଟ୍‌ରେ ବିଜେଡିକୁ ହରାଇଥିଲା। ଆଉ ତିର୍ତ୍ତୋଲରେ ୪୦ ହଜାର ୩୮୬ ଭୋଟ୍ ବ୍ୟବଧାନରେ ବିଜେପିକୁ ମାତ୍ ଦେଇଥିଲା ବିଜେଡି। ଗତ ନିର୍ବାଚନର ଭୋଟ୍ ବ୍ୟବଧାନ ଓ ଏଥରର ପୁଲିଂକୁ ନେଇ ସବୁ ଦଳ କଷୁଛନ୍ତି ହାର୍-ଜିତ୍‌ର ଅଙ୍କ। ସରକାରଙ୍କ ବିରୋଧରେ ଅଣ୍ଡର କରେଣ୍ଟ ଥିଲା, ତେଣୁ ଉଭୟ ଆସନରେ ଦଳୀୟ ପ୍ରାର୍ଥୀ ଜିତିବାର ଯଥେଷ୍ଟ ସମ୍ଭାବନା ଥିବା ଦାବି କରିଛି ବିଜେପି। ସେହିପରି ବିଜେଡି କହିଛି ବାଲେଶ୍ୱରରେ ଗତ ନିର୍ବାଚନରେ ଦଳ ଯେତେ ଭୋଟ୍‌ରେ ହାରିଥିଲା ଏଥର ତାଠୁ ଅଧିକ ଭୋଟ୍‌ରେ ଜିତିବ। ତିର୍ତ୍ତୋଲରେ ବି ଗତଥର ଭଳି ପ୍ରଦର୍ଶନ କିମ୍ବା ତାଠାରୁ ଆହୁରି ଭଲ ହେବ ବୋଲି ଆଶା ରଖିଛି ଦଳ।

ସେପଟେ ନିର୍ବାଚନରେ କଳାଟଙ୍କା, ବାହୁବଳ ଓ ସରକାରୀ କଳର ବ୍ୟବହାର ହୋଇଥିବା ନେଇ ଆରମ୍ଭ ହୋଇଯାଇଛି ଆରୋପ-ପ୍ରତ୍ୟାରୋପ। ଗୋଟିଏ ଦଳ ଅନ୍ୟ ଦଳ ଉପରେ ଅଭିଯୋଗ ଆଣିଛି।

ଏଥର ବାଲେଶ୍ୱରରେ ୭୦.୬୯ ଓ ତିର୍ତ୍ତୋଲରେ ୬୯.୬୬ ପ୍ରତିଶତ ପୋଲିଂ ହୋଇଛି। ୧୯ ନିର୍ବାଚନରେ କିନ୍ତୁ ବାଲେଶ୍ୱରରେ ୭୧.୨୯ ଓ ତିର୍ତ୍ତୋଲରେ ୭୪.୦୯ ପ୍ରତିଶତ ମତଦାନ ହୋଇଥିଲା। କୋଭିଡ୍ ସ୍ଥିତି ଯୋଗୁଁ ମତଦାନ ହାର ସାମାନ୍ୟ କମିଛି। କୋଭିଡ୍ ରୋଗୀଙ୍କ ମତଦାନ ପାଇଁ ଉଦ୍ଦିଷ୍ଟ ଥିବା ଶେଷ ଏକ ଘଣ୍ଟାରେ ତିର୍ତ୍ତୋଲରେ ୧୨୭ ଜଣ ଓ ବାଲେଶ୍ୱର ୩୪ ଜଣ ଭୋଟ୍ ଦେଇଥିଲେ। ସେହିପରି ବାଲେଶ୍ୱର ସହରରର ୧୨୪ ପରିବାର ଭୋଟ୍ ବର୍ଜନ କରିଛନ୍ତି।

ତେଣେ ଭୋଟ୍ ସରିବା ପରେ ଇଭିଏମ୍‌ଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଥିବା ନେଇ ସୂନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାନ ଅଧିକାରୀ ସୁଶୀଲ କୁମାର ଲୋହାନୀ।

ଆସନ୍ତା ୧୦ ତାରିଖରେ ଭୋଟ୍ ଗଣତି ସହ ଫଳ ପ୍ରକାଶ ପାଇବ। ବାଲେଶ୍ୱର ଓ ତିର୍ତ୍ତୋଲବାସୀ କାହାକୁ ଗ୍ରହଣ କରିଛନ୍ତି ସେହିଦିନ ସ୍ପଷ୍ଟ ହେବ।

ଆହୁରି ପଢ଼ନ୍ତୁ

୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିଯିବ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ

‘କୁବେର ବାବୁ’ଙ୍କ ପୁଅକୁ ଧରିଲା ଭିଜିଲାନ୍ସ ଟିମ୍‌

ନୂଆ ନୁହେଁ ବିବାଦ, ପ୍ରସଙ୍ଗରୁ ବାହାରି ଆସିବାରେ ଅରୁଣ ସଫଳ !

ଅଫିସର୍‌ ନୁହଁନ୍ତି ତ ସାକ୍ଷାତ କୁବେର !

ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି

ପରୀ ହତ୍ୟା ଘଟଣା: ଅରୁଣ ସାହୁ କହିଲେ, ମୁଁ ହିଂସାରେ ବିଶ୍ୱାସ କରେନି

ପରୀ ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ

‘ଅରୁଣ ସାହୁଙ୍କୁ ବହିଷ୍କାର କରା ନ ଗଲେ ଗୃହ ଚଳାଇ ଦେବୁନି’

ସମ୍ପନ୍ନ ହେଲା କାଳିଆର ଶେଷକୃତ୍ୟ

You might also like