୧ ଲକ୍ଷ ୭୦ ହଜାର କୋଟିର ରାଜ୍ୟ ବଜେଟ୍; କାଳିଆ ଯୋଜନା ପାଇଁ ୧୮୦୦ କୋଟି, ଆଉ କାହାକୁ କେତେ ଜାଣନ୍ତୁ
ଭୁବନେଶ୍ୱର: ବିଧାନସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥର ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପର୍ ଲେସ୍ ବଜେଟ୍ ଉପସ୍ଥାପନ ହେଉଛି। ଗତବର୍ଷ ଅପେକ୍ଷା ଏବର୍ଷ ୧୩ ପ୍ରତିଶତ ବଜେଟ୍ ପରିମାଣ ବଢ଼ିଛି।
ଚଳିତ ଥର ବଜେଟ୍ରେ କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବିହନ ପାଇଁ ଶହେ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି ବି ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ। ସେହିପରି ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ବ୍ୟୟବରାଦ ହୋଇଥିବା ବେଳେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି ବ୍ୟୟବରାଦ କରାଯାଇଛି। କଳାହାଣ୍ଡି ଏବଂ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ପ୍ରଶାସନିକ ବ୍ୟୟ ପାଇଁ ୮୫ ହଜାର କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର କୋଟି ଟଙ୍କା,
ବିପର୍ଯ୍ୟୟ ପ୍ରଶମନ ବ୍ୟୟ ନିମନ୍ତେ ୩ ହଜାର ୫୦ କୋଟି . . . .#OdishaAssembly #Budget2021 pic.twitter.com/I0kET6FtAP— ଓଟିଭି (@otvkhabar) February 22, 2021
ଜଳସେଚନ ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ବ୍ୟୟବରାଦ, ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦ କୋଟି ବ୍ୟୟବରାଦ ଓ ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ।
ସେହିଭଳି ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ ହୋଇଛି। ବିପର୍ଯ୍ୟୟରେ ତ୍ୱରିତ କ୍ଷତିପୂରଣ ପାଇଁ ୫୬୦ କୋଟି ବ୍ୟୟବରାଦ ହୋଇଛି। ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୪୧୫ କୋଟି ବ୍ୟୟବରାଦ ହୋଇଛି।
ସେହିପରି ଓମ୍ବାଡସି ଓ ଡିଏମ୍ଏଫରୁ କୃଷି କ୍ଷେତ୍ରରେ ୪୪୭ କୋଟି ବିନିଯୋଗ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ମନରେଗାରୁ ୧୯୬୬ କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ ପାଇଁ ଯୋଜନା ହୋଇଛି। ୨୦୨୧-୨୨ରେ କୃଷି କ୍ଷେତ୍ରରେ ପ୍ରାୟ ୨୦ ହଜାର କୋଟି ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ।
ବିଧାନସଭାରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ। ୧ ଲକ୍ଷ ୭୦ ହଜାର କୋଟିର ରାଜ୍ୟ ବଜେଟ୍,ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ବ୍ୟୟବରାଦ ହୋଇଛି। #Odisha pic.twitter.com/IjdtslPdVl
— ଓଟିଭି (@otvkhabar) February 22, 2021
ଚଳିତ ବର୍ଷ ଋଣ ଭାର GSDPର ୨୦.୯% ହେବା ଆକଳନ କରାଯାଇଛି। କୋଭିଡ୍ ସତ୍ତ୍ୱେ ଚଳିତ ବର୍ଷ ରାଜସ୍ୱ ଆୟ ୧୦% ବୃଦ୍ଧି ଆକଳନ କରାଯାଇଛି।
ମୋଟ ବଜେଟ୍ ୧.୭୦ ଲକ୍ଷରୁ ୧, ୨୫, ୬୦୦ କୋଟି ଟିକସ ଓ ଅନୁଦାନରୁ ପ୍ରାପ୍ତି ଲକ୍ଷ୍ୟ ରହିଛି। ଋଣରୁ ପ୍ରାୟ ୪୪ ହଜାର ୪୦୦ କୋଟି ପ୍ରାପ୍ତି ଲକ୍ଷ୍ୟ। ନେଟ୍ ଋଣ ପରିମାଣ ୧୮, ୪୬୫ କୋଟି ରହିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ବ୍ୟୟବରାଦ, କଳାହାଣ୍ଡି ଏବଂ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ। ଜଳସେଚନ ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି।#OdishaAssembly #Budget2021 pic.twitter.com/z3GVVbs7xk
— ଓଟିଭି (@otvkhabar) February 22, 2021
SCBକୁ ଏମ୍ସ ପ୍ଲସ କରିବାକୁ ୩୫୦୦ କୋଟି ବ୍ୟୟ ଯୋଜନା ରହିଛି। SCB ପାଇଁ ଚଳିତ ବର୍ଷ ୫ଶହ କୋଟି ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ।
ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ବ୍ୟୟବରାଦ। ଏକାମ୍ର କ୍ଷେତ୍ର ପାଇଁ ୨ଶହ ଓ ସମଲେଇ ପାଇଁ ୨ଶହ କୋଟି ବ୍ୟୟବରାଦ। ରାଉରକେଲା ହକି ଷ୍ଟାଡିୟମ ପାଇଁ ୯୦ କୋଟି ବ୍ୟୟବରାଦ। ସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୯୧୬୪ କୋଟି ବ୍ୟୟବରାଦ
ଶିକ୍ଷା କ୍ଷେତ୍ର ପାଇଁ ମୋଟ ୨୪, ୩୭୦ କୋଟି ବ୍ୟୟବରାଦ ହୋଇଛି। ଆଦର୍ଶ ସ୍କୁଲ ପାଇଁ ୨୮୦ କୋଟି ଟଙ୍କା ବ୍ୟୟବରାଦ, ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୯୫୭ କୋଟି ବ୍ୟୟବରାଦ। ମୋ ସ୍କୁଲ ପାଇଁ ୨୫୩ କୋଟି ଓ ମୋ କଲେଜ ପାଇଁ ୭ କୋଟି ବ୍ୟୟବରାଦ। ହୋଇଥିବା ବେଳେ ସହରୀ ଶ୍ରମ ନିଯୁକ୍ତି ଯୋଜନା ମୁକ୍ତା ଆରମ୍ଭ କରାଯିବାକୁ ଘୋଷଣା ହୋଇଛି।
ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବ୍ଲକସ୍ତରରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅତିରିକ୍ତ ଶହେ କୋଟି ଟଙ୍କା ମଞ୍ଜୁର କରିଛନ୍ତି ଅର୍ଥମନ୍ତ୍ରୀ।
ଟଙ୍କିକିଆ ଚାଉଳ ଯୋଗାଣ ପାଇଁ ମଧ୍ୟ ବ୍ୟୟ ମଞ୍ଜୁର କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୧ ଟଙ୍କାରେ ଚାଉଳ ଯୋଗାଣ ପାଇଁ ୯୬୯ କୋଟି ବ୍ୟୟବରାଦ ହୋଇଛି। ତା ସହିତ ବିପର୍ଯ୍ୟୟ ସହନୀୟ ବିଦ୍ୟୁତ୍ ଯୋଗାଣ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର।
ହାତୀ କରିଡ଼ର ବିଦ୍ୟୁତ୍ ଯୋଗାଣ ପାଇଁ ୧୨୦ କୋଟି ମଞ୍ଜୁର ହୋଇଥିବା ବେଳେ ବିଜୁ ଏକ୍ସପ୍ରେସ ୱେ ପାଇଁ ମଧ୍ୟ ଶହେ କୋଟି ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ। ବିଜୁ ସେତୁ ଯୋଜନା ପାଇଁ ୯୧୨ କୋଟି ଟଙ୍କା ବ୍ୟୟବରାଦ। ନୂଆ ବିମାନ ବନ୍ଦର ଜମି ଅଧିଗ୍ରହଣ ପାଇଁ ଶହେ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
କଟକରେ ବସ୍ ଟର୍ମିନାଲ ପାଇଁ ଶହେ କୋଟି ବ୍ୟୟବରାଦ। ବରମୁଣ୍ଡା ବସ ଟର୍ମିନାଲ ପାଇଁ ଶହେ କୋଟି ବ୍ୟୟବରାଦ। ସାଗର ମାଳା ଯୋଜନାରେ କୋଷ୍ଟାଲ ହାଇୱେ ପାଇଁ ୩୪ କୋଟି, ଲ୍ୟାଣ୍ଡବ୍ୟାଙ୍କ ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ୪୬୫ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୫ଶହ କୋଟି ବ୍ୟୟବରାଦ ହୋଇଛି।
ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ୫୦ କୋଟି ବ୍ୟୟବରାଦ ହୋଇଛି। ବିପର୍ଯ୍ୟୟ ପରିଚାଳନା ପାଇଁ ୩୦୫୦ କୋଟି ବ୍ୟୟବରାଦ । କୋଭିଡ ସତ୍ତ୍ୱେ ରାଜସ୍ୱ ଆଦାୟ ବଢ଼ିଛି, ଚଳିତ ବର୍ଷ ୧୦% ବଢ଼ିବା ଆଶା । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ୪୬୫ କୋଟି ଟଙ୍କା ବ୍ୟୟବରାଦ। ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୫ଶହ କୋଟି ବ୍ୟୟବରାଦ ।