କରୋନା ସାମ୍ପୁଲ ଟେଷ୍ଟିଂ ବଢ଼ାଇବା ପାଇଁ ଓଡ଼ିଶାକୁ ଆସିଲା ଏହି ମେସିନ୍

ଭୁବନେଶ୍ୱର: ରାଜ୍ୟରେ ସାମ୍ପୁଲ ଟେଷ୍ଟିଂ ବଢ଼ାଇବା ପାଇଁ ଆଉ ଏକ ବଡ଼ ପଦକ୍ଷେପ ସ୍ୱରୂପ RMRCକୁ ଅତ୍ୟାଧୁନିକ କୋବାସ୍ ମେସିନ୍ ଅଣାଯାଇଛି। ନ୍ୟାସ୍‌ନ୍ୟାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ବାୟୋଲୋଜିକାଲ୍ସ-NIB ନୋଏଡା ପରେ ଦେଶର ଦ୍ୱିତୀୟ ପ୍ରତିଷ୍ଠାନ ଭାବେ RMRCକୁ ମିଳିଛି ଏହି ଅତ୍ୟାଧୁନିକ ମେସିନ୍।

ଏହାଦ୍ୱାରା ଦିନକୁ ପାଖାପାଖି ହଜାରେଟି ସାମ୍ପୁଲ ପରୀକ୍ଷା କରାଯାଇପାରିବ। ସେହିପରି SCB ପରେ ବ୍ରହ୍ମପୁର ଏମ୍‌କେସିଜିରେ ୧୩ରୁ ଓ ବୁର୍ଲା ଭିମ୍‌ସାରରରେ ଆସନ୍ତା ୧୫ ତାରିଖରୁ ସାମ୍ପୁଲ ଟେଷ୍ଟ ପାଇଁ ଯୋଜନା ରହିଛି। ସେଭିତରୁ ଏମ୍‌କେସିଜିରେ କରୋନା ପରୀକ୍ଷା ପାଇଁ ICMRର ଅନୁମତି ମିଳିସାରିଛି।

(ଫାଭିଓ) ଏହା ଭିତରେ ବ୍ରହ୍ମପୁରରେ ଟାଟା ଷ୍ଟିଲ୍ ସହାୟତାରେ ୨ ଶହ ବେଡ୍ ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍  କାର୍ଯ୍ୟକ୍ଷମ ହୋଇଛି। ଏଥିସହ ଏଥିରେ ୧୫ଟି ଆଇସିୟୁ ବେଡ୍‌ର ମଧ୍ୟ ସୁବିଧା ରହିଛି।

You might also like