ଇଏ ସେହି ବୀର ଓଡ଼ିଆ ଯବାନ ଯିଏ ଲଢ଼ିଥିଲେ ଲୋଙ୍ଗେୱାଲା ଯୁଦ୍ଧ

ଭୁବନେଶ୍ୱର(ଅରିନ୍ଦମ ଦାସ): ଆସନ୍ତାକାଲି ସେନା ଦିବସ। ପ୍ରତି ବର୍ଷ ଜାନୁଆରୀ ୧୫ ତାରିଖକୁ ସ୍ଥଳସେନା ଦିବସ ରୂପେ ପାଳନ କରାଯାଏ। କାରଣ ଏହି ଦିନ ଭାରତର ପ୍ରଥମ ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଜେନେରାଲ୍‌ କେଏମ୍‌ କରିୟପ୍ପା(କୋଦନ୍ଦେରା ମାଡାପ୍ପା କରିୟପ୍ପା)। ସେତେବେଳେ ଭାରତୀୟ ସେନା ମୁଖ୍ୟ ଥିଲେ ବ୍ରିଟିଶ୍‌ ଜେନେରାଲ୍‌ ସାର୍ ଫ୍ରାନ୍ସିସ୍‌ ରୋବୋର୍ଟ ରୟ ବାଉଚର। ୧୯୪୯ ମସିହାରେ  ବାଉଚରଙ୍କ ଠାରୁ ସେନା ଦାୟିତ୍ୱ ନେଇଥିଲେ କରିୟପ୍ପା। କିନ୍ତୁ ଏହା ପୂର୍ବରୁ ୧୯୪୭ ମସିହାରେ ଭାରତ, ପାକିସ୍ତାନ ଯୁଦ୍ଧରେ ଭାରତୀୟ ସେନାର ନେତୃତ୍ୱ ନେଇଥିଲେ କରିୟପ୍ପା। କରିୟପ୍ପାଙ୍କ ଦୃଢ଼ ନେତୃତ୍ୱ ବଳରେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ। ଦେଶର ପ୍ରଥମ ସେନାମୁଖ୍ୟ କରିୟପ୍ପାଙ୍କ ସମ୍ମାନକ୍ରମେ ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ସେନା ଦିବସ ଭାବେ ପାଳନ କରାଯାଉଛି।

Field Marshal KM Cariappa, The Legend Who Made The Army Truly Indian
କୋଦନ୍ଦେରା ମାଡାପ୍ପା କରିୟପ୍ପା

 

ସେନା ଦିବସ ଅବସରରେ ସାରା ଦେଶ ଭାରତୀୟ ଯବାନମାନଙ୍କର ବୀରତ୍ୱର ଗାଥା ଓ ତାଙ୍କ ତ୍ୟାଗକୁ ମନେ ପକାଉଛି। ୧୯୪୭ ଓ ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧ ହେଉ କିମ୍ବା ୧୯୬୨ ଇଣ୍ଡିଆ-ଚାଇନା ଯୁଦ୍ଧ, ପୁଣି ୧୯୯୯ କାର୍ଗିଲ୍ ଯୁଦ୍ଧ, ଦେଶମାତୃକାର ସେବା ପାଇଁ ଅନେକ ଯବାନ ଜୀବନ ଉତ୍ସର୍ଗ କରିଛନ୍ତି। ଯାହାଙ୍କ ପାଇଁ ଭାରତ ଆଜି ସାରା ବିଶ୍ୱର ନିଜର ପରିଚୟ ସୃଷ୍ଟି କରିପାରିଛି। ସାରା ବିଶ୍ୱ ବର୍ତ୍ତମାନ ଭାରତକୁ ସମ୍ମାନ କରୁଛି।
ଆଜି ସେନା ଦିବସ ଅବସରରେ ଆସନ୍ତୁ ସେମିତି ଜଣେ ବୀର ଓଡ଼ିଆ ଯବାନଙ୍କ ସମ୍ପର୍କରେ ଜାଣିବା ଯିଏ ଲୋଙ୍ଗେୱାଲା ଯୁଦ୍ଧରେ ଶତ୍ରୁ ପକ୍ଷର ନିଦ ହଜାଇ ଦେଇଥିଲେ। ସେ ହେଲେ କଟକ ବାଙ୍କୀର ଇନ୍ଦ୍ରମଣି ବେଉରା। ତାଙ୍କ ସହ ସା‍କ୍ଷାତ କରିଛନ୍ତି ଓଟିଭି ପ୍ରତିନିଧି ଅରିନ୍ଦମ ଦାସ।

 

Know the importance of Battle of Longewala in Indian history (in pics) | India News – India TV

ପ୍ରଶ୍ନ- ସେଦିନର ଲୋଙ୍ଗେୱାଲା ୱାର୍କ ଫିଲ୍ଡ ପରିସ୍ଥିତି କେମିତି ଥିଲା ?

ଉତ୍ତର- ଆମେ ଯୋଧପୁରରୁ ଲୋଙ୍ଗେୱାଲା ପହଞ୍ଚିବା ପରେ ସେଠାରେ ୬ ମାସ ରହିବା ପରେ ଆମକୁ ଡୋଗ୍ରା ରେଜିମେଣ୍ଟରେ ସାମିଲ କରାଗଲା। ଆମେ ୪୧୨ ମେଡିକାଲ ବାଟାଲିୟନକୁ ଗଲୁ। ଏହାପରେ ଆରମ୍ଭ ହୋଇଗଲା ଭାରତ ପାକିସ୍ତାନର ଘମାଘୋଟ ଯୁଦ୍ଧ। ଯୁଦ୍ଧରେ ଯେଉଁମାନେ ଭାରତୀୟ ଯବାନମାନେ ସହିଦ ହେଉଥିଲେ, ଆମେ ସେମାନଙ୍କୁ ହସ୍‌ପିଟାଲ୍‌କୁ ନେଇ ଆସୁଥିଲୁ। ଆଉ ଅନ୍ୟପଟେ ଲଢ଼େଇ ଚାଲିଥାଏ। ଏହାପରେ ହଠାତ୍‌ ଆମକୁ ନିର୍ଦ୍ଦେଶକ୍ରମେ ରାମଗଡ଼ ଯାଇ ପୁଣି ଲୋଙ୍ଗେୱାଲା ଫେରିବାକୁ ପଡ଼ିଲା। ଏହି ଯୁଦ୍ଧରେ ଡୋଗ୍ରା ରେଜିମେଣ୍ଟରେ ଦୁଇ ଭାରତୀୟ ଯବାନ ସହିଦ ହେଲେ। କିନ୍ତୁ ପାକିସ୍ତାନର ହାଲତ ଖରାପ ହୋଇଯାଇଥିଲା।

ପ୍ରଶ୍ନ- ପ୍ରଥମେ ପାକିସ୍ତାନ ସେନା ଭାରତ ଉପରେ ଭାରି ପଡ଼ିଥିଲା, କାରଣ ତାଙ୍କ ପାଙ୍କରେ ଟ୍ୟାଙ୍କ ଥିଲା। ତେବେ ଆପଣମାନେ ପାକିସ୍ତାନର ସାମ୍ନା କେମିତି କରିଥିଲେ ?

ଉ- ରାତି ସାଢ଼େ ୩ଟା ବେଳର ଘଟଣା। ସେତେବେଳେ ୨୩ ପଞ୍ଜାବର ଗୋଟେ ପ୍ଲାଟୁନ୍‌, ଡୋଗ୍ରା ଓ ରାଜରାଜପୁତ ଏହି ୩ଟି ରେଜିମେଣ୍ଟ ଥିଲା ଆମ ପାଖରେ। ସେପଟରୁ ଶହ ଶହ ଯବାନ ପଠାଉଥିଲା ପାକିସ୍ତାନ। ଆମର ୩ ରେଜିମେଣ୍ଟ ମଧ୍ୟରୁ ପଞ୍ଜାବ ରେଜିମେଣ୍ଟ ଉକ୍ତ ସ୍ଥାନୁରେ ଛକି ରହିଥିଲା। କିନ୍ତୁ କୌଣସି କ୍ରମେ ପାକିସ୍ତାନ ସେନା ଆସିଲା ନାହିଁ। ସେତେବଳେ ଏୟାର ଷ୍ଟ୍ରାଇକ୍ ବି ହୋଇଥିଲା।

6 Tactical blunders by Pakistani military during Battle of Longewala | Mythical India

ପ୍ରଶ୍ନ- ଶେଷରେ ପାକିସ୍ତାନ ହାରିଲା ଭାରତ ଜିତିଲା, ବିଜୟ ବେଳରେ ଅନୁଭୂତି କେମିତି ଥିଲା ?

ଉ- ଯୁଦ୍ଧର ଶେଷ ବେଳକୁ ସ୍ଥିତି ଦେଖିବାକୁ ସମୟ ନଥିଲା। ନିର୍ଦ୍ଦେଶକ୍ରମେ ଆମେ ସମସ୍ତେ ବଙ୍କରରେ ପହଞ୍ଚିଯାଇଥିଲୁ। କିନ୍ତୁ ଯୁଦ୍ଧ ବିଜୟ ଘୋଷଣା ପରେ ଆମେ ସମସ୍ତେ ଫ୍ରି ହେଇଯାଇଥିଲୁ। ତେବେ ସେତେବେଳେ ରାଜସ୍ଥାନର ସ୍ଥିତି ସେତେ ଭଲ ନଥିଲା। ତିନିଦିନ ପର୍ଯ୍ୟନ୍ତ ଆମେ ପାଣିବୁନ୍ଦାଏ ବି ପିଇପାରିନଥିଲୁ। ହେଲେ ଏବେ ସେ ସମୟ ସରିଯାଇଛି।

ଆହୁରି ପଢନ୍ତୁ :

ଆଜି ସେନା ଦିବସ: ସହିଦଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ପତ୍ନୀ, ସନ୍ତାନ

You might also like