ଓଡ଼ିଆ ଛାତ୍ର ରୋନିତ୍ ହେଲେ ଏନ୍ଡିଏ ଟପ୍ପର
ନୂଆଦିଲ୍ଲୀ: ଏନ୍ଡିଏ ଟପ୍ପର ହେଲେ ଓଡ଼ିଆ ଛାତ୍ର ରୋନିତ୍ । ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ପ୍ରବେଶିକା ପରୀକ୍ଷାରେ ସମଗ୍ର ଦେଶରେ ପ୍ରଥମ ହୋଇଛନ୍ତି ଭଦ୍ରକ ଜଗନ୍ନାଥପୁର ବଛଡ଼ା ଗାଁର ରୋନିତ ରଞ୍ଜନ ନାୟକ। ଗୋଆସ୍ଥିତ ନାଭାଲ ପବ୍ଲିକ୍ ସ୍କୁଲର ପ୍ରାଥମିକ ଶିକ୍ଷା ଓ କେନ୍ଦ୍ରୀୟ ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିବା ପରେ ରୋନିତ କ୍ୟାରିୟର ପାଇଁ କୋହ୍ଲାପୁୁରସ୍ଥିତ ଆର୍ମଡ୍ ଫୋର୍ସେସ୍ ପ୍ରାପାରେଟୋରୀ ଇନ୍ଷ୍ଟିଚ୍ୟୁଟ୍ରେ ପ୍ରଶିକ୍ଷଣ ନେଉଥିଲେ ।
ରୋନିତଙ୍କ ବାପା ରଶ୍ମିରଞ୍ଜନ ନାୟକ ଗୋଆସ୍ଥିତ ନୌସେନା ବିମାନ ବନ୍ଦର ଆଇଏନ୍ଏସ୍ ହଂସରେ ମାଷ୍ଟର ଚିଫ୍ ପେଟି ଅଫିସର ଅଛନ୍ତି । ଏହି ସଂସ୍ଥାନରୁ ଚଳିତବର୍ଷ ୪ ଜଣ ଛାତ୍ର ଏନଡିରେ ସଫଳ ହୋଇଛନ୍ତି। ଏହି ପରୀକ୍ଷାରେ ରୋନିତ୍ ସହିତ କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ୍ ଆଇନିପଡ଼ାର ଗୌରବ ନାଥ ମଧ୍ୟ ଏନ୍ଡିଏରେ ପରୀକ୍ଷାରେ ସଫଳ ହୋଇଛନ୍ତି।
ନିଜର ଏହି ସଫଳତା ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ, ବାପା-ମା ଏବଂ ନିଜ ପ୍ରଶିକ୍ଷକଗଣଙ୍କୁ ଶ୍ରେୟ ଦେଇଛନ୍ତି ରୋନିତ୍। ଏଥି ସହ ଆଗକୁ ଏଭିଏସନ୍ ଓ୍ୱିଙ୍ଗରେ ଜଏନ୍ କରି ଫାଇଟର ପାଇଲଟ୍ ହେବାର ରଖିଥିବା କହିଛନ୍ତି ରୋନିତ୍।
ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହି ସଫଳତାକୁ ନେଇ ମୁଁ ବହୁତ ଖୁସି। ଏଥିପାଇଁ ମୁଁ ବହୁତ କଷ୍ଟ କରିଛି। ବହୁତ ଭଲ ଭାବେ ନିଜକୁ ଉପସ୍ଥାପନ କରିପାରିଥିଲି ଯେଉଁଥିପାଇଁ ମୋ ନାମ ତାଲିକାର ପ୍ରଥମରେ ରହିଲା ବୋଲି କହିଛନ୍ତି ରୋନିତ୍।
ଆହୁରି ପଢନ୍ତୁ : ଏପ୍ରିଲରୁ ଆଉ ସ୍କୁଲ୍ରେ ହେବନି ରବିବାର କ୍ଲାସ୍