‘ମୋଦି କେୟାର୍‌’ ପାଇଁ ଆସନ୍ତା ୩୦ରୁ ୭ ପର୍ଯ୍ୟନ୍ତ ବିଜେପିର ଦସ୍ତଖତ ଅଭିଯାନ

ଭୁବନେଶ୍ୱର: ମୋଦି କେୟାର୍‌ ପାଇଁ ଜନଜାଗରଣ ସୃଷ୍ଟି କରାଯିବ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ବିଜେପି ଲୋକଙ୍କ ପାଖକୁ ଯିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏହି ସୂଚନା ଦେଇଛନ୍ତି।

ଜନଜାଗରଣ ପାଇଁ ଆସନ୍ତା ୩୦ରୁ ୭ ପର୍ଯ୍ୟନ୍ତ ଦସ୍ତଖତ ଅଭିଯାନ ଚାଲିବ। ପ୍ରତି ମଣ୍ଡଳରେ ୪ରୁ ୫ଟି ସଭା କରାଯାଇ ଜନଜାଗରଣ କରାଯିବ। ଏହି ପ୍ରସଙ୍ଗରେ ଶ୍ରୀ ପଣ୍ଡା ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ସରକାର ଏହା ଲାଗୁ କରୁ ନାହାନ୍ତି ବୋଲି ସେ କହିଛନ୍ତି।

You might also like