• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ନୂଆ ଟ୍ରାଫିକ ଆଇନକୁ ତରବରିଆ ଭାବେ ଲାଗୁ କରି ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନୂଆ କେନ୍ଦ୍ରୀୟ ଆଇନକୁ ଲାଗୁ କରିବା ପୂର୍ବରୁ ରାଜ୍ୟ ସରକାର ନିଜସ୍ୱ ବ୍ୟବସ୍ଥାକୁ ସଜାଡ଼ିବା ଆବଶ୍ୟକ ଥିଲା ବୋଲି ରାଜ୍ୟ ବିଜେପି କହିଛି। ଏହାସହିତ ମାତ୍ରାଧିକ ଜୋରିମାନା ଆଦାୟକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେକହିଛନ୍ତି ଯେ, ରାଜ୍ୟ ସରକାର ଏବେ ଆଣିଥିବା ନୂଆ ଯାନବାହନ ପରିବହନ ଏବଂ ଟ୍ରାଫିକ ନିୟମ ବ୍ୟବସ୍ଥାକୁ ବିଜେପି ସମର୍ଥନ କରୁଛି। କିନ୍ତୁ ନୂତନ ଆଇନ ପ୍ରଣୟନ ପୂର୍ବରୁ ରାଜ୍ୟ ସରକାର ନିଜସ୍ୱ ବ୍ୟବସ୍ଥାକୁ ସଜାଡିବା ଓ ଲୋକମାନଙ୍କୁ ବ୍ୟାପକ ଭାବେ ସଚେତନା କରାଇବା ଆବଶ୍ୟକ ଥିଲା। ରାଜ୍ୟ ସରକାର ବିନା କୌଣସି ପ୍ରସ୍ତୁତିରେ ନିରୀହ ଲୋକଙ୍କ ଠାରୁ ଜୋରିମାନା ଆଦାୟ କରିଚାଲିଛନ୍ତି। ପୁଲିସର ମାତ୍ରାଧିକ ଫାଇନ୍ ଆଦାୟ ଲୋକଙ୍କ ମନରେ ଆକ୍ରୋଶ ତିଆରି କରିଛି ।

ଆଜି ସେହି ଆକ୍ରୋଶ ରାଜମହଲ ଛକରେ ଦେଖିବାକୁ ମିଳିଛି। ଏହା ପରେ ପୁଲିସ ଓ ପ୍ରଶାସନ ଯେଉଁଭଳି ଭାବରେ ସାଧାରଣ ଲୋକଙ୍କ ଉପରେ ଲାଠିଚାର୍ଜ କରି ଭୟର ବାତାବରଣ ତିଆରି କରୁଛି ତାହା ଗ୍ରହଣୀୟ ନୁହେଁ। ଜନସାଧାରଣଙ୍କୁ ବିଶ୍ୱାସକୁ ନେଇ ପୁଲିସ ଓ ପରିବହନ ବିଭାଗ ଆଇନକୁ ଲାଗୁ କରନ୍ତୁ। ଗଣମାଧ୍ୟମରେ ପୁଲିସର ବୟାନ ଏବଂ ତା’ର କାର୍ଯ୍ୟକାରିତା ମଧ୍ୟରେ ତାଳମେଳ ରହୁନାହିଁ। ସେହିପରି ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ୍ ପ୍ରଦାନ ବ୍ୟବସ୍ଥା ନକରି ରାଜ୍ୟ ସରକାର କାହିଁକି ଜୋରିମାନା ଆଦାୟ କରୁଥିଲେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ଯେଉଁ ଆଇନ ସାଧାରଣ ଲୋକଙ୍କ ପାଇଁ ଲାଗୁ ହୋଇଛି ତାହା ସରକାରୀ ଗାଡ଼ି ପାଇଁ ମଧ୍ୟ ଲାଗୁ ହେବା ଦରକାର। ରାସ୍ତାରେ ବୁଲା ଗାଈଗୋରୁ, ଷଣ୍ଢ ଏବଂ କୁକୁରମାନଙ୍କ ଅବାଧ ଚଳପ୍ରଚଳ ଓ ଦୌରାତ୍ମ୍ୟ ଯୋଗୁ ପ୍ରତିଦିନ ଦୁର୍ଘଟଣା ଘଟିଚାଲିଛି ।

ରାସ୍ତାଘାଟ ଖାଲଢ଼ିପ ଓ ବିପର୍ଯ୍ୟସ୍ତ ଥିବାବେଳେ ରାସ୍ତା ଉପରେ ଖୋଲା ଡ୍ରେନ୍ ଏବଂ ଅବ୍ୟବସ୍ଥିତ ପାର୍କିଂ ସମସ୍ୟା ମଧ୍ୟ ରହିଛି। ଲୋକଙ୍କ ସେବକ ଭଳି ପୁଲିସ ଆଚରଣ ମଧ୍ୟ କରିବା ଉଚିତ୍। ରାଜ୍ୟ ସରକାର ଏସବୁ ନସଜାଡ଼ି କେବଳ ଲୋକଙ୍କଠୁ ଫାଇନ୍ ଆଦାୟ ଭଳି ଜୁଲୁମ୍ ନକରିବା ପାଇଁ ରାଜ୍ୟ ବିଜେପି ଦାବି କରିଛି।

Odisha-bjp-oppose-state-policy-regarding-new-traffic-rules
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories