କଟକରେ ବିଜେପି ନେତାଙ୍କୁ ହତ୍ୟା

କଟକ: କଟକ ସାଲେପୁରରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା। ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଜଂକୋଟି ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇଥିଲେ କୁଳମଣି ବରାଳ ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। କୁଳମଣି ସାଲେପୁର ବିଜେପିର ମଣ୍ଡଳ ପ୍ରଭାରୀ ଥିଲେ। ଏହାସହ ସେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ଥିଲେ।

କୁଳମଣିଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିଲେ ବି ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ଅନ୍ୟପଟେ ବିଜେପି କଟକ ଜିଲ୍ଲା ସଭାପତି ଏହାକୁ ରାଜନୈତିକ କାରଣରୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ଶାସକ ଦଳର ସ୍ଥାନୀୟ ନେତୃଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ତେବେ ବିଜେପିର ଅଭିଯୋଗ ଉପରେ ଶାସଦ ଦଳର ପ୍ରତିକ୍ରିୟା ମିଳିପାରିନାହିଁ।

କୁଳମଣିଙ୍କ ମୃତ୍ୟୁ ଆମ ପାଇଁ ନୁହେଁ ବରଂ ଅଞ୍ଚଳବାସୀଙ୍କ ପାଇଁ ଦୁଃଖଦାୟକ ଘଟଣା। ରାଜନୈତିକ ଅଭିସନ୍ଧି ରଖି ଏକ ଯୋଜନାବଦ୍ଧ ବାବେ ହତ୍ୟା କରାଯାଇଛି। ଏଠି ଶାସକ ଦଳର ଯିଏ ନେତୃତ୍ୱ ନେଉଛି, ତାଙ୍କର ଇଙ୍ଗିତରେ ଏହି ହତ୍ୟାକାଣ୍ଡ ହୋଇଛି।
-ପ୍ରକାଶ ଚନ୍ଦ୍ର ବେହେରା, ବିଜେପି ନେତା
You might also like