• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ। ବୈଠକ ପରେ ରାଜ୍ୟ ସରକାର ଉପରେ ବିଭିନ୍ନ ପ୍ରସଙ୍ଗ ନେଇ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଅର୍ଥ ବାଧକ ନଥିବାବେଳେ, ଓଡିଶା ସରକାର ନିଜେ ରାଜ୍ୟ ପ୍ରଗତିରେ ବାଧକ ସାଜୁଛନ୍ତି ବୋଲି  ସେ ଅଭିଯୋଗ କରିଛନ୍ତି।

ବୈଠକରେ ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି, ଚାଷୀଙ୍କ ସମସ୍ୟା, ମଣ୍ଡିରୁ ଧାନ ନଉଠିବା, ସୀମା ବିବାଦ ଆଦି ପ୍ରସଙ୍ଗରେ ରାଜନୈତିକ ଚିଠା ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ସେହିଭଳି ଆଜିର ବୈଠକର ପୌର, ପଞ୍ଚାୟତ ନିର୍ବାଚନ ସହ ପିପିଲି ଉପନିର୍ବାଚନ ଉପରେ ମଧ୍ୟ ଫୋକସ୍ ରହିଛି। ଏନେଇ ଆଜି ପ୍ରସ୍ତୁତ ହେଉଛି ରୋଡମ୍ୟାପ୍‌।

ଆଗାମୀ ଦିନରେ ଦଳୀୟ ରଣନୀତି ସହ ସାଙ୍ଗଠନିକ ବିସ୍ତାରକୁ ନେଇ ମାନସ ମନ୍ଥନ ହୋଇଛି। ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମେତ ରାଜ୍ୟରେ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି।

ବିଜେପିର ଅଭିଯୋଗ ଉପରେ ବିଜେଡି ଜବାବ ରଖିଛି। ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ଗଣତାନ୍ତ୍ରିକ ରାଷ୍ଟ୍ରରେ  ହିଂସାମୁକ୍ତ ଭାବରେ କାର୍ଯ୍ୟକ୍ରମ କରିବାରେ କିଛି ଆପତ୍ତି ନାହିଁ।  ତେବେ ରାଜ୍ୟର ସାମଗ୍ରିକ ବିକାଶ ଦିଗରେ ବେଜେଡି  ସରକାର କାମ କରୁଛି ଏବଂ ଆଇନ ଶୃଙ୍ଖଳା ପରିସ୍ଥିଠାରୁ ପ୍ରତ୍ୟେକ ଦିଗ ଉପରେ ନଜର ରହିଛି।

ଆହୁରି ପଢନ୍ତୁ : ଗ୍ରାମ ରୋଜଗାର ସେବକଙ୍କୁ ବିଜେଡି ନେତାଙ୍କ ସସ୍‌ପେଣ୍ଡ୍ ଧମକ

Odisha-bjp-executive-meeting-in-bhubaneswae
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories