ବିଜେପିର ଧମକ; ମଧ୍ୟବିତ୍ତଙ୍କୁ ପ୍ୟାକେଜ୍ ନ ଦେଲେ BMC ଅଚଳ କରିବୁ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ପରିଚାଳନାକୁ ନେଇ ସରକାର ଏବଂ ବିଏମସି ଉପରେ ପ୍ରଶ୍ନ ଉଠାଉଛି ବିଜେପି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁନି ବୋଲି ଅଭିଯୋଗ ଆଣି ବିଏମସିର ଉଦାସିନତା ଏବଂ ଟାଳଟୁଳ ନୀତିକୁ ସମାଲୋଚନା କରିଛି ଦଳ।

ମହାନଗର ଅଂଚଳରେ ୨୧ ହଜାର ୪୮୩ ଉଠାଦୋକାନୀ ଓ ବୁଲାବେପାରି ରହିଛନ୍ତି। ଏହି ସମସ୍ତ ବୁଲା ବିକାଳୀଙ୍କୁ ଇ-ରେଜିଷ୍ଟ୍ରସନ କରିବାକୁ କୁହାଯାଉଛି, ଯାହା ଅସମ୍ଭବ। ବିଏମସିର ୩ଟି ଆଞ୍ଚଳିକ କାର୍ଯ୍ୟାଳୟରେ କାହିଁକି ପଞ୍ଜୀକରଣ କରାଯାଉନାହିଁ ବୋଲି ବିଜେପି ପ୍ରଶ୍ନ ଉଠାଇଛି।

ମୋଦି ସରକାର କାଳେ ପ୍ରଶଂସା ପାଇଯିବେ ତାହା ଆଶଙ୍କା କରି ଏହି ଯୋଜନାରେ ଏମିତି ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ଦଳ ଅଭିଯୋଗ ଆଣିଛି। ଏହି ଅଭିଯୋଗ ସହିତ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ପ୍ୟାକେଜ୍ ଘୋଷଣା ନ କଲେ BMC ଅଚଳ କରାଯିବ ବୋଲି ବିଜେପି ଧମକ ଦେଇଛି।

You might also like