ହୀରା ଚୋରା ଚାଲାଣ ଅଭିଯୋଗରେ ଓଡ଼ିଶା ବ୍ୟବସାୟୀ ଗିରଫ

ନୂଆପଡ଼ା: ହୀରା ଚୋରା ଚାଲାଣ ଅଭିଯୋଗରେ ଛତିଶଗଡ଼ ଗରିଆବନ୍ଧ ପୋଲିସ୍ ରବିବାର‌ ଓଡ଼ିଶାର ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳର ଜଣେ ହୀରା ବ୍ୟବସାୟୀଙ୍କୁ ଗିରଫ କରିଛି। ତାଙ୍କ ନାଁ ନୂତନ ପଟେଲ।

ନୂତନଙ୍କ ନିକଟରୁ ୧୭୧ ଖଣ୍ଡ ହୀରା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବବୋଲି  ଗରିଆବନ୍ଧ ପୋଲିସ୍‌ ସୂଚନା ଦେଇଛି।

ସୂଚନା ଅନୁସାରେ, ଛତିଶଗଡ ମୈନପୁର ଅଞ୍ଚଳରୁ ହୀରା ଚୋରା ଚାଲାଣ ହେଉଥିବା ଖବର ପାଇ ଓଡିଶା ସୀମାରେ ଦେଭୋଗ ଥାନା ପୋଲିସ୍‌ ଆଗରୁ ଜଗି ରହିଥିଲା। ମୋଟର ସାଇକେଲରେ ନୂତନ ଏହି ହୀରା ନେଇ ଆସୁଥିବା ବେଳେ କୁସୁମଯୋର ନିକଟରେ ପୋଲିସ୍‌ ତାଙ୍କୁ ଧରିଥିଲା। ତାଙ୍କ ନିକଟରୁ ୧୭୧ ଖଣ୍ଡ ହୀରା ଜବତ ହୋଇଛି।

ହୀରା କେଉଁଠିକୁ ଯାଉଥିଲା ? ଏହା ପଛରେ କୌଣସି ରାକେଟ୍ ଅଛି ନା ନାହିଁ ? ଏସବୁ ନେଇ ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

ଆଜି ଭୁବନେଶ୍ୱରରୁ ୩୦୬ କରୋନା ପଜିଟିଭ୍ ଚିହ୍ନଟ

ଶିଶୁଙ୍କୁ କରୋନାରୁ ଆରୋଗ୍ୟ କରାଇବ ମା’କ୍ଷୀର

ପୋଲ ତଳକୁ ଖସି ପଡ଼ିଲା ୩୦ ଯବାନଙ୍କୁ ନେଇ ଯାଉଥିବା ବସ୍

ବିଦ୍ୟୁତ କାଟକୁ କେନ୍ଦ୍ର କରି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

‘ଓଡ଼ିଶାର ସ୍ଵାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ିି ଯାଇଛି’

‘କରୋନା କଣ ଆମେ ଜାଣିନୁ’

‘ଉଦ୍ଦେଶ୍ୟମୂଳକ ଭାବେ ଓଟିଭିର ଛବି ମଳିନ କରିବାକୁ ଅପଚେଷ୍ଟା ହେଉଛି’

କଟକର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

ପୋଖରୀରୁ ମିଳିଲା ନିଖୋଜ ମା’ଙ୍କ ସମ୍ପର୍କରେ ଅଭିଯୋଗ କରିବାକୁ ଆସିଥିବା ଝିଅର ମୃତଦେହ

୨୪ ଘଣ୍ଟାରେ ଓଡ଼ିଶାରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ଦିନକରେ ୪,୨୪୨ ପଜିଟିଭ୍‌ ଚିହ୍ନଟ

ଦିଅର-ଭାଉଜଙ୍କ ବିବାହକୁ ବିରୋଧ: ଜୋତାମାଳ ପିନ୍ଧାଇ ଗାଁ ବୁଲାଇଲେ ଲୋକେ, ଭିଡିଓ ଭାଇରାଲ

You might also like