• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Mihir Pattnayak

ଭୁବନେଶ୍ୱର: ପୋଲଭରମ୍ ପ୍ରକଳ୍ପ ନିର୍ମାଣକୁ ପୁଣି ଅନୁମତି ମିଳିଛି। ୨ ବର୍ଷ ପାଇଁ ନିର୍ମାଣ କରିବାକୁ ଅନୁମତି ଦେଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ। ଫଳରେ ପୋଲାଭରମ୍‌ ଲଢ଼େଇରେ ଆଉ ଏକ ଝଟକା ଖାଇଛି ଓଡ଼ିଶା। ଖାଲି ଏତିକି ନୁହେଁ, ପୋଲଭରମ୍‌ ପ୍ରକଳ୍ପ ହେଲେ ଆନ୍ଧ୍ରପ୍ରଦେଶ କେତେ ଲାଭ ପାଇବ? ତା’ର ହିସାବ ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର।

ପୋଲାଭରମ୍‌ ପ୍ରକଳ୍ପ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଆନ୍ଧ୍ରରେ ୩ ଲକ୍ଷ ହେକ୍ଟର ଜମି ଜଳସେଚିତ ହେବ। ୫୪୦ ଗାଁର ୨୫ ଲକ୍ଷ ଲୋକଙ୍କୁ ପିଇବା ପାଣି ମିଳିବ। ଏହା ସହ ୯୬୦ ମେଗାଓ୍ୱାଟ୍‌ ବିଜୁଳି ମଧ୍ୟ ଉତ୍ପାଦନ ହେବ। ପ୍ରକଳ୍ପ କାମକୁ ଅନୁମତି ଦେଇଥିବାରୁ କେନ୍ଦ୍ର ସରକାରଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଆନ୍ଧ୍ରପ୍ରଦେଶର କଂଗ୍ରେସ ସାଂସଦ ଜେ.ଡି ସାଲେମ।

ଅନ୍ୟପକ୍ଷରେ ପୋଲାଭରମ୍‌ ପ୍ରକଳ୍ପ ଯୋଗୁ ଓଡ଼ିଶା କେତେ କ୍ଷତି ହେବ? ତା’ର ହିସାବ ବିଧାନସଭାରେ ଆଜି ଦେଇଛନ୍ତି ରାଜ୍ୟ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ। ପ୍ରକଳ୍ପ ସରିବା ପରେ ମାଲାକନାଗିରି ଜିଲ୍ଲାର ମୋଟୁ ତହସିଲର ୧୫ଟି ରାଜସ୍ୱ ଗାଁ ଓ ୧୦ଟି ପଡ଼ା ଗାଁ ଜଳମଗ୍ନ ହେବାର ଆଶଙ୍କା ରହିଛି। ଏହା ଦ୍ୱାରା ୬ ହଜାର ୮୧୮ ଜଣ ବିସ୍ଥାପିତ ହେବେ। ୭ ହଜାର ୬୫୬ ହେକ୍ଟର ଜମି ଜଳମଗ୍ନ ହେବ।

ଏହି ପ୍ରଳଳ୍ପକୁ ଜାତୀୟ ମାନ୍ୟତା ଦେବା ବିରୋଧରେ ରାଜ୍ୟ ସରକାର ୨୦୧୫ ନଭେମ୍ବରରେ ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରିଥିଲେ। ପୁଣି ପ୍ରକଳ୍ପର କାର୍ଯ୍ୟବନ୍ଦ ଆଦେଶକୁ ଏହି ବର୍ଷ ଜୁଲାଇ ୨ ଯାଏ ସ୍ଥଗିତ ରଖିବା ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ଆବେଦନ ବିରୋଧରେ ମଧ୍ୟ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଛନ୍ତି। ତେବେ ଏସବୁ ପରେ ମଧ୍ୟ ପୋଲଭାରମ୍‌ ଲଢ଼େଇରେ ପଛରେ ପଡ଼ିଯାଇଛି ଓଡ଼ିଶା। ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି।

ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝୀ କହିଛନ୍ତି-“ପୋଲାଭରମ୍‌ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ ପ୍ରଭାବିତ ହେବ। ଏହା ଜାଣି ସୁଦ୍ଧା ଓଡ଼ିଶାକୁ ଅଣଦେଖା କରି ଆନ୍ଧ୍ରପ୍ରଦେଶକୁ ସମର୍ଥନ କରାଯାଉଛି। ଯାହାକୁ ଆମେ ବିରୋଧ କରୁଛୁ। ଏହି ପ୍ରକଳ୍ପ ବନ୍ଦ ହେବା ଦରକାର।”

କଂଗ୍ରେସ ସାଂସଦ ସପ୍ତଗିରି ଉଲାକା କହିଛନ୍ତି, “ଏହି ପ୍ରକଳ୍ପ ପାଇଁ ଯେମିତି କାହାର କିଛି କ୍ଷତି ନହେବ, ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଦରକାର। ଏ ସମ୍ପର୍କରେ ଆଲୋଚନା ହେବା ଦରକାର।”

ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି, “ପୋଲାଭରମ୍‌ ପ୍ରକଳ୍ପ ହେଲେ କଣ କ୍ଷତି ହେବ ଓ କେତେ କ୍ଷତି ହେବ? ଏହା ଉପରେ ତର୍ଜମା କରିବା ପାଇଁ ଏକ ବୈଷୟିକ କମିଟି ଗଠନ କରାଯିବା ଦରକାର। ଏଥିସହିତ ବିରୋଧୀ ଦଳଙ୍କ ସହ ଆଲୋଚନା କରିବା କଥା। କିନ୍ତୁ ରାଜ୍ୟ ସରକାର ଏପରି କରୁନାହାନ୍ତି।”

ଓଡ଼ିଶାର ପୋଲାଭରମ୍ ପ୍ରଭାବିତ ଅଞ୍ଚଳରେ ଏଯାଏ ଜନଶୁଣାଣି ହୋଇପାରିନି। ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଏବେ ଜନଶୁଣାଣି ସମ୍ଭବ ନୁହେଁ ବୋଲି ୨୦୧୭ ଓ ୧୮ ମସିହାରେ ଓଡ଼ିଶା ସରକାର କହିଥିଲେ। ତେବେ ପୋଲାଭରମର ଉପର ମୁଣ୍ଡରେ ଗୋଦାବରୀ ନଦୀର ଉପନଦୀ ସାବେରୀରେ ରାଜ୍ୟ ସରକାର ଏକ ବ୍ୟାରେଜ କରିବାର ପ୍ରସ୍ତାବ ରହିଛି ବୋଲି ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟ ଜଳ ସଂପଦ ମନ୍ତ୍ରୀ।

Odisha-becomes-a-loser-as-centre-grants-andhra-permission-to-go-ahead-with-polavaram-project-work
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories