ଗୁଜରାଟ କୋଭିଡ ହସ୍ପିଟାଲ ଅଗ୍ନିକାଣ୍ଡ ପରେ ଚେତିଲା ଓଡ଼ିଶା

ଭୁବନେଶ୍ୱର: ଗୁଜରାଟରେ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଓଡ଼ିଶାର ସମସ୍ତ କୋଭିଡ୍ ହସ୍ପିଟାଲରେ ଅଗ୍ନିନିରାପତ୍ତା ସୁରକ୍ଷାର ଯାଞ୍ଚ କରାଯିବ ବୋଲି ଆଜି ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ରାଜ୍ୟରେ କୋଭିଡ ହସ୍ପିଟାଲ ଥିବା ଅଞ୍ଚଳରେ ଅଗ୍ନିଶମ ଅଧିକାରୀଙ୍କୁ ୨୪ ଘଣ୍ଟା ଭିତରେ ଫାୟାର ଅଡିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି। ସେମାନେ ଯାଞ୍ଚ କରି କିଛି ଅସୁବିଧା ଥିଲେ ଅବଗତ କରାଇବା ସହ ସ୍ଥାନୀୟ ଅଗ୍ନିଶମ ଅଫିସ ଏବଂ ମୁଖ୍ୟ କାର୍ଯ୍ୟାଳୟକୁ ରିପୋର୍ଟ ଦେବାକୁ କୁହାଯାଇଛି।

ସେପଟେ କଟକରେ କୋଭିଡ୍ ହସ୍ପିଟାଲ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି। ଅଗ୍ନି ନିରାପତ୍ତା ପାଇଁ କଣ ବ୍ୟବସ୍ଥା ଗ୍ରହଣ କରାଯାଇଛି, ସେ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯାଞ୍ଚ ଟିମ ଅଧିକାରୀ ଆଲୋଚନା କରିଛନ୍ତି। ସୁରକ୍ଷା ପାଇଁ ଆବଶ୍ୟକ ଟିମ ପକ୍ଷରୁ ଆବଶ୍ୟକ ପରାମର୍ଶ ମଧ୍ୟ ଦିଆଯାଇଥିବା ଯାଞ୍ଚ ଟିମ ଅଧିକାରୀ କହିଛନ୍ତି।

You might also like