ଦିନକ ପୂର୍ବରୁ ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଦିନକ ପୂର୍ବରୁ ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ। ବାଚସ୍ପତି ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଏହି ଅଧିବେଶନରେ ମୋଟ ୭ଟି ବିଲ୍ ପାରିତ ହୋଇଥିଲା ବେଳେ ଆଜି ଗୋଟିଏ ଦିନରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ସମେତ ମୋଟ ୫ଟି ବିଲ୍ ପାରିତ ହୋଇଛି। ଏଥିମଧ୍ୟରେ ରହିଛି ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍, ଓଡ଼ିଶା ପୌରବିଧି ସଂଶୋଧନ ବିଲ୍, ଓଡ଼ିଶା ଦ୍ରବ୍ୟ ଓ ସେବା ବିଲ୍ ଓ ଶିଳ୍ପ ବିବାଦ ଓଡ଼ିଶା ସଂଶୋଧନ ବିଲ୍।

ତେବେ ଆଜି ଦିନତମାମ ମୁଖ୍ୟ ବିରୋଧୀ ଦଳ ବିଜେପି ବିଧାନସଭାର କୌଣସି କାର୍ଯ୍ୟରେ ଅଂଶଗ୍ରହଣ କରିନଥିଲା। ପିଏମ୍ କଷାନ ଯୋଜନାରେ ମୁଲତବୀ ନୋଟିସ୍ ବାଚସ୍ପତି ଗ୍ରହଣ ନକରିବା ଓ ଖଣି ଦୁର୍ନୀତି ନେଇ ଆଲୋଚନା ନ କରିବାରୁ ବିରୋଧୀ ବିଜେପି ସଦସ୍ୟମାନେ ହୋହଲ୍ଲା କରିଥିଲେ। ତା ସହ ବିରୋଧୀଙ୍କୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରିଥିଲେ। ଏପରିକି ବାଚସ୍ପତି ପକ୍ଷପାତ କରୁଥିବା ଅଭିଯୋଗ କରି ବିଜେପି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଥିଲା।

You might also like