ବିଧାନସଭା ଶୂନ୍ୟକାଳରେ ଉଠିଲା ମରୁଡ଼ି ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ମରୁଡ଼ି ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା ବେଶ୍‌ ସରଗରମ ହୋଇଛି। ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇ ୧୫ ଜିଲ୍ଲାରେ ବର୍ଷା ଠିକ୍ ଭାବେ ହୋଇନଥିବାରୁ ମରୁଡ଼ି ସ୍ଥିତି ଉପୁଜିଛି ବୋଲି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସେହିଭଳି ରାଜ୍ୟରେ ମେଗା ଲିଫ୍ଟ ପଏଣ୍ଟରେ ପାଣି ନଆସିବା ସହ ଅଧିକାଂଶ ଲିଫ୍ଟ ଇରିଗେସନ ପଏଣ୍ଟ, ଡିପ୍ ଇରିଗେସନ ପଏଣ୍ଟ ଅକାମି ଥିବା ପ୍ରସଙ୍ଗ ଉଠାଇଥିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଏଥିପାଇଁ ଚାଷୀ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା କଥା କହି ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ ନିରସିଂହ। ତେବେ ରାଜ୍ୟରେ ମରୁଡ଼ି ସ୍ଥିତି ନେଇ ଗୃହରେ ରାଜସ୍ୱ ମନ୍ତ୍ରୀ ଉତ୍ତର ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।

You might also like