• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟର ମାସେ ପୂର୍ବରୁ ସରିଛି ବିଧାନସଭାର ଶୀତ ଅଧିବେଶନ। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଚନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। କୋଭିଡ୍ କଟକଣା ଭିତରେ ମାତ୍ର ୧୦ ଦିନରେ ଶୀତ ଅଧିବେଶନ ଶେଷ ହୋଇଛି।

ଆଜି ଗୃହରେ ସରକାରୀ ଦଳ ମୁଖ୍ୟ ସଚେତକ ଅନିର୍ଦ୍ଦିଷ୍ଟ କାଳ ମୁଲତବି ପ୍ରସ୍ତାବ ଆଣିଥିଲେ। ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ବିଜେଡି ବିଧାୟକ ଅମର ଶତପଥୀ ମଧ୍ୟ ପ୍ରସ୍ତାବକୁ ସମର୍ଥନ କରିଥିଲେ।

ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରସ୍ତାବକୁ ବିରୋଧ କରିଥିଲେ। ବିରୋଧୀ ବିଜେପି ମଧ୍ୟ ମୁଲତବି ପ୍ରସ୍ତାବକୁ ତୀବ୍ର ବିରୋଧ କରିଛି। ଏଥିପାଇଁ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଗୃହକୁ ଆଗୁଆ ବନ୍ଦ ନିଷ୍ପତ୍ତିର ପ୍ରତିବାଦ କରି ବିଜେପି ହଟ୍ଟଗୋଳ ମଧ୍ୟରେ ହିଁ କକ୍ଷତ୍ୟାଗ କରିବା ସହିତ ବିଧାନସଭାର ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ ବିଜେପି ବିଧାୟକ।

ଅଧିବେଶନ ଆଗୁଆ ବନ୍ଦକୁ ଅସାମ୍ବିଧାନିକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସରକାରଙ୍କ ନିଷ୍ପତ୍ତିକୁ ନିନ୍ଦା କରିବା ସହିତ ଏହି ଘଟଣା ନେଇ ରାଜ୍ୟପାଳଙ୍କୁ ଫେରାଦ ହେବୁ ବୋଲି ପ୍ରଦୀପ୍ତ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପରୀକୁ ନ୍ୟାୟ ପାଇଁ ଆମେ ଗାଁକୁ ଯିବୁ। ଦରକାର ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି କହିଛନ୍ତି ଜୟନାରାୟଣ। ଅନ୍ୟପଟେ ଗୃହମୁଲତବୀ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର। ସରକାର ପଳାୟନପନ୍ଥୀ ସାଜିଲେ।ବହୁତ ଚର୍ଚ୍ଚା ଆଲୋଚନା ଥିଲା, ଅନେକ ବିଲ୍ ଆସିପାରିଲାନି ବୋଲି ଜୟନାରାୟଣ କହିଛନ୍ତି। ଏଥିସହିତ ରାଜରାସ୍ତାରେ ଆନ୍ଦୋଳନ କରିବୁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ଜୟନାରାୟଣ। ଏସମ୍ପର୍କରେ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।

 

 

Odisha-assembly-winter-session-concludes-30-days-before-schedule
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories