ପ୍ରଶ୍ନକାଳରେ ମୁହାଁମୁହିଁ ହେଲେ ମନ୍ତ୍ରୀ ଓ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ପ୍ରଶ୍ନକାଳରେ ମୁହାଁମୁହିଁ ହେଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ବଲାଙ୍ଗିର ଜିଲ୍ଲାରେ ଜଳସେଚନକୁ ନେଇ ଆଜି ଉଭୟଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ଦେଖିବାକୁ ମିଳିଥିଲା।

କା’ ମନ୍ତ୍ରୀ ସମ୍ବୋଧନ ସହିତ ପୂଜାରୀଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଥିଲେ ବିଧାୟକ ସନ୍ତୋଷ ସିଂହ ସାଲୁଜା। ସେ ପଚାରିଥିଲେ, ବଲାଙ୍ଗିର ଜିଲ୍ଲାରେ ୩୫ପ୍ରତିଶତ ଜଳସେଚନ ପାଇଁ ସରକାର ପ୍ରତିଶୃତି ଦେଇଥିଲେ ବି ବର୍ତ୍ତମାନ ସୁଦ୍ଧା କେତେ ପ୍ରତିଶତ କାର୍ଯ୍ୟ ହୋଇଛି ? ଲୋୟର୍ ସୁକତେଲ ପ୍ରକଳ୍ପ କେତେଦୂର କାର୍ଯ୍ୟକାରୀ ହୋଇଛି?

ନିରଞ୍ଜନ ପୂଜାରୀ ପ୍ରଶ୍ନ କାଳରେ ଏହାର ଉତ୍ତର ରଖିଥିଲେ। ହେଲେ ଏହି ସମୟରେ ସନ୍ତୋଷ ସିଂହ ସାଲୁଜା ବାରମ୍ବାର କିଛି ପ୍ରମ୍ପଟିଂ କରିଥିଲେ। ଏହାକୁ ନେଇ ଖପ୍ପା ହୋଇଥିଲେ, ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଧର୍ଯ୍ୟ ଧରିବା ସହ ଭଲ ବ୍ୟବହାର କରିବାକୁ କହିଥିଲେ। ବଲାଙ୍ଗିର ଜିଲ୍ଲାରେ ୩୩.୭୪ ପ୍ରତିଶତ ଜଳ ସେଚନ ପ୍ରକଳ୍ପ କାମ ହୋଇଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଲୋୟର୍ ସୁକତେଲ ପ୍ରକଳ୍ପ ଅଟକି ରହିଥିବା ମନ୍ତ୍ରୀ ନିଜ ଉତ୍ତରରେ କହିଥିଲେ।

You might also like