ବିଧାନସଭାରେ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳିକୁ ନେଇ ବିବାଦ

କେଭିଙ୍କ ଭାଷଣକୁ ରାଜନୈତିକ କହି ପ୍ରତିବାଦ କଲା ବିଜେଡି

ଭୁବନେଶ୍ୱର : ଗୃହରେ ଶୋକ ପ୍ରସ୍ତାବକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଶ୍ରଦ୍ଧାଞ୍ଜଳି ବେଳର ଭାଷଣକୁ ପ୍ରତିବାଦ କଲେ ବାରବାଟୀ କଟକ ବିଧାୟକ ଦେବାଶିଷ ସାମନ୍ତରାୟ । କେଭି କାହିଁକି ରାଜନୈତିକ ଭାଷଣ ଦେଲେ ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି ।

ସେପଟେ ଦେବାଶିଷଙ୍କ ପ୍ରତିବାଦ ନେଇ ଗୃହ ବାହାରେ ପ୍ରତିକ୍ରିୟାରେ କେଭି କହିଛନ୍ତି, ଶୋକ ପ୍ରସ୍ତାବରେ ମୁଁ ମନର କଥା କହିଲି । ମୁଁ ଅାଶା କରୁନି ଯେ, ସେ ମୋ କଥାରେ ଏକମତ ହେବେ । ଅଟଳଜୀ ନବୀନଙ୍କୁ ରାଜନୀତିରେ ଚାଲି ଶିଖାଇଥିଲେ, ନବୀନଙ୍କ ଶାସନ ଦେଖି ବାଜପେୟୀ ଥିଲେ ମନଦୁଃଖ କରିଥାନ୍ତେ ବୋଲି କେଭି କହିଛନ୍ତି ।

ଶୋକପ୍ରସ୍ତାବକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହେବାକୁ ନିନ୍ଦା କଲେ ବିରୋଧୀଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି, ଗୃହର ନେତା ଶୋକପ୍ରସ୍ତାବ ଅାଗତ କଲେ, ଅାମେ ସମସ୍ତେ ଶ୍ରଦ୍ଧାଞ୍ଜଳି ଦେବା କଥା। କିନ୍ତୁ ଶ୍ରଦ୍ଧାଞ୍ଜଳି ବେଳେ ଯାହା ଘଟିଲା ତାହା ଉଚିତ ନଥିଲା । ଅାମେ ଅାଉ ଅଧିକ ବିବାଦକୁ ପଶିବା ଉଚିତ ନୁହେଁ, ଏଭଳି କଲେ ଏହା ବାଜପେୟୀଙ୍କୁ ଅସମ୍ମାନ ହେବ ବୋଲି ନରସିଂହ କହିଛନ୍ତି ।

You might also like